ଗାନ୍ଧୀନଗର: ଗୁଜୁରାଟ ସରକାରଙ୍କ ବିରୋଧରେ ମୋଟେରା ଗ୍ରାମବାସୀଙ୍କ ଧାରଣା । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ମୋଟେରା ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେମାନେ ଗୁଜୁରାଟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, 1983 ମସିହାରେ ଷ୍ଟାଡିୟମର ଉଦଘାଟନ ହୋଇଥିଲା ଏବଂ ସେ ସମୟରେ ସେମାନଙ୍କୁ ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଏବେ ‘ନମସ୍ତେ ଡୋନାଲ୍ଡ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ‘ନୋ ଏଣ୍ଟ୍ରି’ ରହିଛି । ଯାହାକୁ ନେଇ ସେମାନେ ଆନ୍ଦୋଳନ କରିଛନ୍ତି ।