ETV Bharat / bharat

ଭାଙ୍ଗିଲା ରେକର୍ଡ, ସବୁଠୁ ମହଙ୍ଗା ସାବ୍ୟସ୍ତ ହେଲା ସପ୍ତଦଶ ଲୋକସଭା ନିର୍ବାଚନ

7 ପର୍ଯ୍ୟାୟ ଏବଂ 75 ଦିନ ଧରି ଅନୁଷ୍ଠିତ ହୋଇଥିବା ସପ୍ତଦସ ନିର୍ବାଚନରେ ସର୍ବମୋଟ 60 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।

author img

By

Published : Jun 4, 2019, 10:29 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସବୁଠୁ ମହଙ୍ଗା ନିର୍ବାଚନ ସାବ୍ୟସ୍ତ ହୋଇଛି ଲୋକସଭା ନିର୍ବାଚନ 2019 । ଇତିହାସରେ ପ୍ରଥମ ଥର ପାଇଁ ଏହି ସଂସଦୀୟ ନିର୍ବାଚନରେ ଖର୍ଚ୍ଚ ହୋଇଛି ବିପୁଳ ମାତ୍ରାରେ ଟଙ୍କା । 7 ପର୍ଯ୍ୟାୟ ଏବଂ 75 ଦିନ ଧରି ଚାଲିଥିବା ଏହି ନିର୍ବାଚନରେ ସର୍ବମୋଟ 60 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ମିଡିଆ ଷ୍ଟଡି ଏହି ଅଧ୍ୟୟନ କରିଛି ।

ତେବେ ଏହି ନିର୍ବାଚନରେ ଜଣେ ଭୋଟର ପ୍ରତି ପାଖାପାଖି 700 ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ବ୍ୟତୀତ ପ୍ରତି ଲୋକସଭା କ୍ଷେତ୍ରରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଆକଳନରୁ ଜଣାପଡିଛି ।

ତେବେ 2014 ଲୋକସଭା ନିର୍ବାଚନରେ 30 କୋଟି ଖର୍ଚ୍ଚ ହୋଇଥିବା ବେଳେ ଏଥର ଏହା 2 ଗୁଣ ବଢିଛି । ତେବେ ଏହା ସହିତ ସବୁଠୁ ବ୍ୟୟବହୁଳ ନିର୍ବାଚନ ସାବ୍ୟସ୍ତ ହୋଇଛି ଲୋକସଭା ନିର୍ବାଚନ-2019 ।

Intro:Body:

bhata kha

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.