ETV Bharat / bharat

କୋରୋନା କହର: ଭିଡ ଏଡାଇବାକୁ ମସଜିଦରେ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଲାଗୁ

କେରଳର କୋଝିକୋଡେର କୁଟ୍ଟିଚିରାର ଥିବା ଏକ ମସଜିଦ ଭିଡ ଏଡାଇବା ପାଇଁ ଏକ ନିଆରା ଉପାୟ ବାହାର କରିଛି । ମସଜିଦ ପରିଚାଳନା କରୁଥିବା କମିଟି ନମାଜ ପାଠ ପାଇଁ ଲୋକଙ୍କୁ ସ୍ମାର୍ଟ କାର୍ଡ ଦେବା ଆରମ୍ଭ କରିଛି । ଏଥିସହ ସାମାଜିକ ଦୂରତା ପାଳନ କରିବାକୁ ଉତ୍ସାହିତ କରୁଛି । ଅଧିକ ପଢନ୍ତୁ...

author img

By

Published : Jun 14, 2020, 6:25 PM IST

Mosque in Kerala starts smart card system to avoid crowding
କୋରୋନା କହର: ଭିଡ ଏଡାଇବାକୁ ମସଜିଦରେ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଲାଗୁ

ଥିରୁଅନନ୍ତପୁରମ: ବିଶ୍ବବ୍ୟାପୀ କୋରୋନାର ତାଣ୍ଡବ ଜାରି ରହିଥିବାବେଳେ ଏଯାବତ୍ ଏହାର ପ୍ରତିକାର ପାଇଁ କୌଣସି ଔଷଧ କିମ୍ବା ଟୀକା ଆସିନାହିଁ । ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତା ଏବଂ ସଚେତନ ଦ୍ବାରା କେବଳ ଏହାର ମୁକାବିଲା କରାଯାଇପାରିବ ବୋଲି କୁହାଯାଉଛି । ଯାହାକୁ ଦୃଷ୍ଟିରେ ରଖି କେରଳର କୋଝିକୋଡେର କୁଟ୍ଟିଚିରାର ଥିବା ଏକ ମସଜିଦ ଭିଡ ଏଡାଇବା ପାଇଁ ଏକ ନିଆରା ଉପାୟ ବାହାର କରିଛି । ମସଜିଦ ପରିଚାଳନା କରୁଥିବା କମିଟି ନମାଜ ପାଠ ପାଇଁ ଲୋକଙ୍କୁ ସ୍ମାର୍ଟ କାର୍ଡ ଦେବା ଆରମ୍ଭ କରିଛି । ଏଥିସହ ସାମାଜିକ ଦୂରତା ପାଳନ କରିବାକୁ ଉତ୍ସାହିତ କରୁଛି ।

କମିଟି ମସଜିଦର ଆଖପାଖର ଲୋକଙ୍କୁ ନମ୍ବର ସହିତ ସ୍ମାର୍ଟ କାର୍ଡ ଦେଇଛି । ମସଜିଦ ପରିସରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ସାନିଟାଇଜରରେ ହାତ ଧୋଇବାକୁ ପଡିବ । ଏହାସହ କ୍ୟାମେରା ସାମନାରେ ସେମାନଙ୍କୁ ନିଜ ପରିଚୟ ମଧ୍ୟ କହିବାକୁ ପଡିବ ।

ସେହିପରି ଠିକଣା ଏବଂ ଫୋନ ନମ୍ବର ସଂରକ୍ଷିତ ରଖିବାକୁ ସ୍ବୟଂଚାଳିତ ସିଷ୍ଟମ ରଖାଯାଇଛି । ଯାହାଦ୍ବାରା ପରବର୍ତ୍ତୀ ସମୟରେ ସେମାନଙ୍କୁ କେବଳ ସେମାନଙ୍କ ସ୍ମାର୍ଟ କାର୍ଡର ନମ୍ବର କହିବାକୁ ପଡିବ ଏବଂ ଅନ୍ୟ ସମସ୍ତ ବିବରଣୀ ଆପେ ଆପେ ପୂରଣ ହୋଇଯିବ ବୋଲି ମସଜିଦ କମିଟିର ସଦସ୍ୟ ମହମ୍ମଦ ସଜ୍ଜାଦ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କାର୍ଡ ସ୍ୱାଇପ କରିବା ପରେ ମସଜିଦର କବାଟ ଆପେ ଆପେ ଖୋଲିଯିବ । କାରଣ କବାଟରେ ଆମେ ଏକ ସେନ୍ସର ଫିଟ୍ କରିଛୁ । ଏଥିସହ ଆମେ ମସଜିଦ ପରିସରରେ ଗୋଲେଇ ଚିହ୍ନଟ କରିଛୁ ଯାହାଫଳରେ ସେଠାରେ ସାମାଜିକ ଦୂରତା ନିୟମ ମଧ୍ୟ ବଜାୟ ରହିବ ।

ଗତ କିଛି ଦିନ ପୂର୍ବରୁ କେରଳ ସରକାର ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଜୁନ 9ରୁ ଧାର୍ମିକସ୍ଥଳ, ମଲ, ରେସ୍ତୋରାଁ ଗୁଡିକୁ ଗାଇଡଲାଇନ ଏବଂ ସାମାଜିକ ଦୂରତା ନିୟମ ଅନୁଯାୟୀ ଖୋଲିବାକୁ ଅନୁମତି ମିଳିଥିଲା । ଗର୍ଭବତୀ ମହିଳା ଏବଂ ଅସୁସ୍ଥ ବ୍ୟକ୍ତିଙ୍କୁ କୌଣସି ଧାର୍ମିକ ସ୍ଥଳ ପରିଦର୍ଶନ କରିବାକୁ ଅନୁମତି ନାହିଁ । ସେହିପରି କୋରୋନା ଲକ୍ଷଣ ଥିବା ଲୋକଙ୍କୁ କୌଣସି ସ୍ଥାନକୁ ଯିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସୌଜନ୍ୟ @ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.