ETV Bharat / bharat

କେରଳ ସିଏମଙ୍କ ଇସ୍ତଫା ଦାବିରେ ଉପବାସ କରୁଛନ୍ତି କେନ୍ଦ୍ରମନ୍ତ୍ରୀ - କେରଳ ସିଏମଙ୍କ ଇସ୍ତଫା ଦାବିରେ ଉପବାସ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଇସ୍ତଫା ଦାବିରେ ଆଜି ଦିନିକିଆ ଉପବାସ କରୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ । ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ମୁରଲୀଧରନ୍ ଆଜି ଉପବାସ କରୁଥିବା ଜଣାପଡିଛି ।

କେରଳ ସିଏମଙ୍କ ଇସ୍ତଫା ଦାବିରେ ଉପବାସ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

author img

By

Published : Aug 2, 2020, 10:31 AM IST

ଥିରୁଅନନ୍ତପୂରମ୍‌: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଇସ୍ତଫା ଦାବିରେ ଆଜି ଦିନିକିଆ ଉପବାସ କରୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ । ସୁନା ଚୋରା ଚାଲାଣ ମାମଲାରେ ସିଏମଙ୍କ କାର୍ଯ୍ୟାଳୟର ସମ୍ପୃକ୍ତି ଥିବା ଅଭିଯୋଗରେ ଏହି ଉପବାସ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ଏକ ଅଂଶ । ତେବେ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ମୁରଲୀଧରନ୍ ଆଜି ଉପବାସ କରୁଥିବା ଜଣାପଡିଛି ।

ଏଠାରେ ସୂଚନା ଥାଉ ଯେ, କେରଳର ସୁନା ଚୋରା ଚାଲାଣ ମାମଲାରେ ଗୁରୁବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ବୁଧବାର ଥିରୁଅନନ୍ତପୁରମରେ ଅନୁସନ୍ଧାନକାରୀ ସଂସ୍ଥା ଏକାଧିକ ଚଢାଉ କରିଥିଲେ। ଏହି ମାମଲାର ଅଭିଯୁକ୍ତ ସ୍ବପ୍ନା ସୁରେଶ କାର୍ଯ୍ୟ କରୁଥିବା କେରଳ ଷ୍ଟେଟ ଆଇଟି ଇନଫ୍ରାଷ୍ଟ୍ରକଚର ଲିମିଟେଡରେ ମଧ୍ୟ ଚଢାଉ ହୋଇଥିଲା । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେଥିମଧ୍ୟରୁ ତିନିଜଣ ଗିରଫ ହୋଇଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.