ETV Bharat / bharat

75 ବର୍ଷ ପରେ ଜନ୍ମମାଟିରେ ପହଞ୍ଚିଲା ଅମର ସିପାହୀଙ୍କ ମରଶରୀର - World War II

ମୃତ୍ୟୁର 75 ବର୍ଷ ପରେ ନିଜ ଜନ୍ମମାଟିରେ ପହଞ୍ଚିଲା 2 ବ୍ରିଟିଶ ଭାରତୀୟ ଯବାନଙ୍କ ମରଶରୀର । ଯେଉଁମାନେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଜର୍ମାନୀ ସେନାଙ୍କ ସହ ଲଢି ନିଜ ଜୀବନକୁ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହି ଦୁଇ ଯବାନ ହରିୟାଣାର ହିସାର ଓ ଝାଜରା ଜିଲ୍ଲାର ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : Jun 6, 2019, 9:37 AM IST

ନୂଆଦିଲ୍ଲୀ: ମୃତ୍ୟୁର 75 ବର୍ଷ ପରେ ନିଜ ଜନ୍ମମାଟିରେ ପହଞ୍ଚିଲା 2 ବ୍ରିଟିଶ ଭାରତୀୟ ଯବାନଙ୍କ ମରଶରୀର । ଯେଉଁମାନେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଜର୍ମାନୀ ସେନାଙ୍କ ସହ ଲଢି ନିଜ ଜୀବନକୁ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହି ଦୁଇ ଯବାନ ହରିୟାଣାର ହିସାର ଓ ଝାଜରା ଜିଲ୍ଲାର ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ପ୍ରାଣ ହରାଇଥିବା ଏହି ଦୁଇ ବ୍ରିଟିଶ ଯବାନ ହେଲେ ସିପୋୟସ ପାଲୁ ରାମ ଓ ହରି ସିଂ । 2 ଯବାନ, 4ର୍ଥ ବାଟାଲିଆନ 13 ତମ ଫ୍ରଣ୍ଟିଅର ଫୋର୍ସ ରିଫିଲ ଅଧୀନରେ କାର୍ଯ୍ୟରତ ଥିଲେ ।

ଇଟାଲୀରୁ ଏହି ସିପାହୀଙ୍କ ମରଶରୀରର ସୋମବାର ଜନ୍ମମାଟିରେ ପହଞ୍ଚିବା ପରେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ହସ୍ତାନ୍ତର କରାଯାଇଛି । ଖବର ଅନୁସାରେ, 1944 ମସିହାରେ ଜର୍ମାନୀ ସେନାଙ୍କ ସହ ଇଟାଲୀର ପୋଗିଓ ଅଲ୍ଟୋରେ ଲଢିବା ସମୟରେ 19 ବର୍ଷ ବୟସରେ ଏମାନେ ଜୀବନକୁ ବଳିଦାନ ଦେଇଥିଲେ ।

ତେବେ 1960 ମସିହାରେ ଇଟାଲୀର ରାସ୍ତାରେ ଏମାନଙ୍କ ଦେହାବଶେଷ ମିଳିବା ପରେ ତଦନ୍ତ ପ୍ରକିୟା 2010 ପର୍ଯ୍ୟନ୍ତ ଜାରି ରହିଥିଲା । ପରବର୍ତ୍ତୀ ସମୟରେ ଡିଏନଏ ଟେଷ୍ଟ କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା । ପରେ ଭାରତୀୟ ସେନାଧୀକାରୀଙ୍କ ସହଯୋଗରେ ଉଭୟଙ୍କ ପରିବାର ଲୋକଙ୍କ ଠିକଣା ଠାବ କରାଯାଇ ମରଶରୀରକୁ ହସ୍ତଗତ କରାଯାଇଛି ।

Intro:Body:

D

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.