ETV Bharat / bharat

ପଞ୍ଚଭୂତରେ ବିଲୀନ ଅରୁଣ - ପଞ୍ଚଭୁତ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଦିଲ୍ଲୀର ନିଗମବୋଧ ଘାଟରେ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ଅରୁଣଙ୍କ ପୁଅ ରୋହନ ପିତାଙ୍କ ପାର୍ଥିବ ଶରୀରକୁ ଦେଲେ ମୁଖାଗ୍ନି ।

ଫାଇଲ ଫଟୋ
author img

By

Published : Aug 25, 2019, 3:39 PM IST

ନୂଆଦିଲ୍ଲୀ: ପଞ୍ଚଭୁତରେ ବିଲୀନ ହେଲା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର । ଦିଲ୍ଲୀର ନିଗମ ବୋଧ ଘାଟରେ ଅରୁଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବୈଦିକ ମନ୍ତ୍ରୋଚ୍ଚାରଣ ତଥା ରାଷ୍ଟ୍ରୀୟ ସମ୍ମାନ ସହିତ ଅରୁଣଙ୍କ ଶେଷକୃତ୍ୟ କରାଯାଇଛି ।

ଶୁକ୍ରବାର ଦିନ ୧ଟାରେ ବିଜେପି କାର୍ଯ୍ୟାଳୟରୁ ଅରୁଣଙ୍କ ପାର୍ଥିବ ଶରୀରକୁ ଶୋଭଯାତ୍ରାରେ ନିଗମବୋଧ ଘାଟ ଅଣାଯାଇଥିଲା । ନିଗମବୋଧ ଘାଟ ପହଞ୍ଚିବା ପରେ ଅରୁଣଙ୍କୁ ତିନି ସେନା ବାହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥଲା । ଅରୁଣଙ୍କ ପୁଅ ରୋହନ ପିତାଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନି ଦେଇଛନ୍ତି । ଶୋଭାଯାତ୍ରାରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଅନ୍ତିମ ସତ୍କାର ସ୍ଥଳରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ଲାଲକୃଷ୍ଣ ଆଡଭାନୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବିଜେପିର ଅନେକ ନେତା, ମନ୍ତ୍ରୀ ଉପସ୍ଥିତ ଥିଲେ ବିପକ୍ଷର ଅନେକ ବିଶିଷ୍ଟ ନେତା ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିଶୋଡିଆ, କପିଲ ସିବଲ ମଧ୍ୟ ଅରୁଣଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏଥିସହ ବିଏସ ୟେଦରପ୍ପା, ନିତିଶ କୁମାରଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅନ୍ତିମ ସଂସ୍କାର ସ୍ଥଳରେ ଉପସ୍ଥିତ ରହି ଅରୁଣଙ୍କୁ ଅଶ୍ରୃଳ ବିଦାୟ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.