ETV Bharat / bharat

ଆମେରିକାରେ କୋରୋନାର କରାଳ ରୂପ, ଗଲାଣି 88 ହଜାରରୁ ଉର୍ଦ୍ଧ୍ବ ଜୀବନ - covid-19

ୟୁଏସରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା 14 ଲକ୍ଷ 84 ହଜାର 285 କୁ ବୃଦ୍ଧି ହୋଇଛି । ଏଥିସହ 88 ହଜାର 507 ଜଣଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ଆମେରିକାରେ କୋରୋନାର କରାଳ ରୂପ, ଗଲାଣି 88 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ

author img

By

Published : May 16, 2020, 11:42 AM IST

ଓ୍ବାଶିଂଟନ: ବିଶ୍ୱରେ କୋରୋନା ଭାଇରସର ରାଜଧାନୀ ପାଲଟିଛି ଆମେରିକା । ଏଠାରେ ମହାମାରୀ କ୍ରମାଗତ ଭାବେ ଭୟାବହତାର ରୂପ ନେଉଛି । ଶୁକ୍ରବାର ଆମେରିକାରେ 26 ହଜାର 692 ନୂତନ ମାମଲା ରୁଜୁ ହୋଇଥିଲା ଏବଂ 1,595 କୋରୋନା ପୀଡିତଙ୍କ ମୃତ୍ୟୁ ଘଟିଛି । ସେହିପରି ଗୋଟିଏ ଦିନ ପୂର୍ବରୁ ଆମେରିକାରେ 26 ହଜାର 946 ଟି ନୂଆ ମାମଲା ଆସିଥିଲା ​​ଏବଂ 1,711 ଜଣଙ୍କର ମୃତ୍ୟୁ ହୋଇଥିଲା। ସମଗ୍ର ଦୁନିଆରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ଏକ ତୃତୀୟାଂଶ ରହିଛି । ଏଠାରେ ପ୍ରାୟ 1.5 ମିଲିୟନ ଲୋକ କୋରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ନ୍ୟୁୟର୍କ, ନ୍ୟୁ ଜର୍ସି, କାଲିଫର୍ଣ୍ଣିଆରେ ସର୍ବାଧିକ ସଂଖ୍ୟକ ମାମଲା ଦେଖାଯାଉଛି ।

ସୂଚନାନୁସାରେ, ୟୁଏସରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା 14 ଲକ୍ଷ 84 ହଜାର 285 କୁ ବୃଦ୍ଧି ହୋଇଛି । ଏଥିସହ 88 ହଜାର 507 ଜଣଙ୍କର ମୃତ୍ୟୁ ଘଟିଛି। ତେବେ 3 ଲକ୍ଷ 26 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଆମେରିକାର ନ୍ୟୁୟର୍କ ସହରରେ ସବୁଠାରୁ ଅଧିକ 356.016 କେସ ସାମ୍ନାକୁ ଆସିଛି । ନ୍ୟୁୟର୍କରେ ବର୍ତ୍ତମାନ 27 ହଜାର 574 ଜଣଙ୍କର ମୃତ୍ୟୁ ହୋଇଛି । ନ୍ୟୁ ଜର୍ସିରେ 145,490 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 10 ହଜାର 150 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ, ମୈସାଚୁସେଟସ, ଇଲିନୋଇସ ସହର ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

କୋରୋନା ଟିକାର ବିକାଶ ପାଇଁ 'ଅପରେସନ ରୈପ ସ୍ପିଡ' ଲଞ୍ଚ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଏଥିପାଇଁ ଭାରତ ସହ କାମ କରୁଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ବିକଶିତ ହେବ। ହ୍ବାଇଟ ହାଉସରେ ଏକ ପ୍ରକଳ୍ପର ଘୋଷଣା କରି ଟ୍ରମ୍ପ କହିଛନ୍ତିଯେ, "ଆମେ ଭାରତ ସହିତ ଅତି ନିକଟତର ହୋଇ କାମ କରୁଛୁ " ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.