ETV Bharat / bharat

ଘନଉଛି କୋରୋନା ବିପଦ, ସାରା ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା 70 ଲକ୍ଷ ପାର - କୋରୋନା ନ୍ୟୁଜ୍

24 ଘଣ୍ଟା ମଧ୍ୟରେ ବିଶ୍ବରେ 77,750 ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷରେ ପହଁଞ୍ଚିଛି।

ଘନଉଛି କୋରୋନା ବିପଦ, ସାରା ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା 70 ଲକ୍ଷ ପାର

author img

By

Published : Jun 8, 2020, 8:35 AM IST

ନୂଆଦିଲ୍ଲୀ: ହୁ ହୁ ହୋଇ ବିଶ୍ବରେ ବଢୁଛି କୋରୋନା ସଂକ୍ରମଣ। ଘଣ୍ଟା ଘଣ୍ଟା ବ୍ୟବଧାନାରେ ବାହାରୁଛନ୍ତି ହଜାର ହଜାର ଆକ୍ରାନ୍ତ। ଏହି ଭାଇରସ ବର୍ତ୍ତମାନ ଦେଶରେ ଏକ କୋକୁଆ ଭୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ଦମନ ପାଇଁ ଅଣ୍ଟା ଭିଡିଛନ୍ତି ବିଶ୍ବସମୂହ।

ତେବେ 24 ଘଣ୍ଟା ମଧ୍ୟରେ ବିଶ୍ବରେ 77,750 ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷରେ ପହଁଞ୍ଚିଛି। ଲଗାତର କିଛିଦିନ ହେବ ଦିନକୁ ଆକ୍ରାନ୍ତ ସଂଖ୍ୟା 80 ହଜାର ପାର କରୁଛି। ଯାହା ଆଗାମୀ ଦିନରେ ଏକ ଜଟିଳ ପରିସ୍ଥିତିର ଆଭାସ ଆଣିଦେଉଛି।

ସୋମବାର ସୁଦ୍ଧା ବିଶ୍ବରେ 70.46 କୋରୋନା ଆକ୍ରାନ୍ତ ଥିବା ବେଳେ 4.03 ଲକ୍ଷ ପ୍ରାଣ ହରାଇସାରିଲେଣି। ସେହିପରି ରବିବାର 1862 ଜଣଙ୍କ ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ସଂଖ୍ୟା 32 ଲକ୍ଷକୁ ବୃଦ୍ଧି ପାଇଲା ।

ଆମେରିକାରେ ବର୍ତ୍ତମାନ 19.97 ଲକ୍ଷ ଆକ୍ରାନ୍ତ ରହିଥିବା ବେଳେ ଗତ 24 ଘଣ୍ଟାରେ 10 ହଜାର ପଜିଟିଭ୍ ଚିହ୍ନଟ ହୋଇଛି। ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ଏପର୍ଯ୍ୟନ୍ତ 6.78 ଲକ୍ଷ ପଜିଟିଭ୍ ମାମଲା ରେକର୍ଡ କରିଛି। ସେହିପରି ରୁଷରେ ବର୍ତ୍ତମାନ 4.67 ଲକ୍ଷ କୋଭିଡ୍ ଆକ୍ରାନ୍ତ ରହିଛନ୍ତି।

ଷଷ୍ଠ ସ୍ଥାନରେ ଥିବା ଭାରତ ରବିବାର ଦିନ ବିଶ୍ୱରେ ସର୍ବାଧିକ ମାମଲା ରେକର୍ଡ କରିଛି। ଦୁନିଆର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶରେ 10,770 ନୂତନ ସଂକ୍ରମଣ ହୋଇଥିଲା। ଭାରତର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ 2.57 ଲକ୍ଷକୁ ବୃଦ୍ଧି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.