ETV Bharat / bharat

ବିଶ୍ବରେ ବଢୁଛି କୋରୋନା ବିସ୍ତାର, 24 ଘଣ୍ଟାରେ 67600 ସଂକ୍ରମଣ ଓ 3228 ମୃତ୍ୟୁ

author img

By

Published : May 20, 2020, 9:36 AM IST

24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 67,600ରେ ପହଁଞ୍ଚିଛି। ଏହାସହ 3,228 ଜଣ ପ୍ରାଣ ହରାଇଛନ୍ତି। ଏହାକୁ ଆଖି ଆଗରେ ରଖି ବର୍ତ୍ତମାନ ସୁଦ୍ଧା ବିଶ୍ବରେ ସଂକ୍ରମଣ ମାମଲା ବୃଦ୍ଧି ପାଇ 49,55.725ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା 3,23,190 ଛୁଇଁଛି ବୋଲି ୱାର୍ଲ୍ଡ ମିଟର ୱେବସାଇଟରୁ ସୂଚନା ମିଳିଛି।

ବିଶ୍ବରେ ବଢୁଛି କୋରୋନା ବିସ୍ତାର, 24 ଘଣ୍ଟାରେ 67600 ସଂକ୍ରମଣ ଓ 3228 ମୃତ୍ୟୁ
ବିଶ୍ବରେ ବଢୁଛି କୋରୋନା ବିସ୍ତାର, 24 ଘଣ୍ଟାରେ 67600 ସଂକ୍ରମଣ ଓ 3228 ମୃତ୍ୟୁ

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ କୋରୋନା ସହ ଚାଲିଛି ଦିନରାତି କସରତ। ଯେଉଁଠି ଶୁଣିବ ସେହି ଗୋଟିଏ ଚର୍ଚ୍ଚା କୋରୋନା। ଏହି ଅୃଦୃଶ୍ୟ ମହାମାରୀ ନାକେଦମ କରିଦେଲାଣି ବିଶ୍ବବାସୀଙ୍କୁ। ବଢିଚାଲିଛି ସଂକ୍ରମଣ ଗଢିଚାଲିଛି ମୁଣ୍ଡ। ନାଚାର ଓ ନିରୁପାୟ ମଣିଷ ଏବେ ଉପାୟଶୂନ୍ୟ।

24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 67,600ରେ ପହଁଞ୍ଚିଛି। ଏହାସହ 3,228 ଜଣ ପ୍ରାଣ ହରାଇଛନ୍ତି। ଏହାକୁ ଆଖି ଆଗରେ ରଖି ବର୍ତ୍ତମାନ ସୁଦ୍ଧା ବିଶ୍ବରେ ସଂକ୍ରମଣ ମାମଲା ବୃଦ୍ଧି ପାଇ 49,55.725ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା 3,23,190 ଛୁଇଁଛି ବୋଲି ୱାର୍ଲ୍ଡ ମିଟର ୱେବସାଇଟରୁ ସୂଚନା ମିଳିଛି।

ଆମେରିକା (ଯୁକ୍ତରାଷ୍ଟ୍ର) ଦୁନିଆର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ହୋଇ ଦିନକୁ 10,470 ରୁ ଅଧିକ ମାମଲା ରିପୋର୍ଟ କରିଛି। ଆମେରିକାରେ ବର୍ତ୍ତମାନ ଦେଶରେ 15,60,765 କୋଭିଡ୍ 19 ରୋଗୀ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ରଷ ଗତ 24 ଘଣ୍ଟା ମଧ୍ୟରେ ପାଖାପାଖି 9,300 ପଜିଟିଭ୍ ମାମଲା ରିପୋର୍ଟ କରିଛି ଏବଂ ଦେଶର ମୋଟ ସଂଖ୍ୟା 2,99,940 କୁ ବୃଦ୍ଧି ପାଇଛି।

2,78,800 ମାମଲା ଥିବା ସ୍ପେନ୍ ହେଉଛି ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ମଙ୍ଗଳବାର (ମେ 19) ରେ ସ୍ପେନ୍ 615 ନୂତନ କୋରୋନାଭାଇରସ୍ ମାମଲାର ଚିହ୍ନଟ କରିଛି। ଗତକାଲି ସୁଦ୍ଧା ବ୍ରାଜିଲରେ 7,170 ରୁ ଅଧିକ ମାମଲା ହୋଇଥିଲା। ବର୍ତ୍ତମାନ ଏହାର 2,62,545 ମାମଲା ରହିଛି।

ପଞ୍ଚମ ସ୍ଥାନରେ ବ୍ରିଟେନ ଗୋଟିଏ ଦିନରେ 2,410 ମାମଲା ବୃଦ୍ଧି ପାଇଛି। ବ୍ରିଟେନର ମୋଟ ମାମଲା 2,48,810 କୁ ବୃଦ୍ଧି ପାଇଛି। ଇଟାଲୀ (2,26,699), ଫ୍ରାନ୍ସ (1,80,800), ଜର୍ମାନୀ (1,77,730), ତୁର୍କୀ (1,51,615) ଏବଂ ଇରାନ (1,24,600) ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.