ETV Bharat / bharat

କୋଭିଡ-19 ଅପଡେଟ: ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ, 106 ମୃତ - ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ

କୋରୋନା ଲଢେଇରେ ସବୁଠୁ ଆଗରେ ଥିବା କୋରୋନା ଯୋଦ୍ଧା, ସ୍ବାସ୍ଥ୍ୟକର୍ମୀ ମାନେ ଚିକିତ୍ସା କରୁଥିବାବେଳେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଦିଲ୍ଲୀରେ ବୁଧବାର ଆଉ 20ଜଣଙ୍କର କୋରୋନାରେ ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ

author img

By

Published : May 14, 2020, 11:09 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ 400ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ବୁଧବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ସୂଚନା ଦେଇଛନ୍ତି। ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ, ବୁଧବାର 20 ଜଣ ଆକ୍ରାନ୍ତ କୋରୋନାରେ ମୃତ୍ୟୁ ବରଣ କରିଥିବା ବେଳେ, ମୋଟ ମୃତ୍ୟୁ ସଂଖ୍ୟା 106ରେ ପହଞ୍ଚିଛି।

ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ
ଦିଲ୍ଲୀରେ 400ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ 400ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଦିଲ୍ଲୀରେ ବୁଧବାର 359ଟି ନୂଆ ସଂକ୍ରମଣ ମାମଲା ସହିତ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 998କୁ ବୃଦ୍ଧି ପାଇଛି ।

ବୁଧବାର ପ୍ରକାଶିତ ବୁଲେଟିନ୍‌ରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଡାକ୍ତରଖାନାଗୁଡ଼ିକରୁ ମିଳିଥିବା ବିବରଣୀ ଅନୁଯାୟୀ ଏପ୍ରିଲ ଏବଂ ମେ ମାସରେ ଏହି 20ଟି ମୃତ୍ୟୁ ଘଟିଛି ଏବଂ କୋଭିଡ-19 ମୃତ୍ୟୁ ମାମଲାରେ କମିଟି ଗଠନ କରାଯାଇଛି । ଜୈନ କହିଛନ୍ତି, ରିପୋର୍ଟ ହୋଇଥିବା 20 ଜଣଙ୍କ ମୃତ୍ୟୁ ଡାକ୍ତରଖାନା ଦ୍ୱାରା ପଠାଯାଇଥିବା ମୃତ୍ୟୁର ବିବରଣୀ ଉପରେ ଆଧାରିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.