ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଖରାପ ହେବାରେ ଲାଗିଛି । ଏପର୍ଯ୍ୟନ୍ତ 12 ହଜାରରୁ ଅଧିକ କୋଭିଡ 19 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି 400ରୁ ଅଧିକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇସାରିଛି ।
ତେବେ ଏବେ ଯାଏଁ ମୋଟ 3 ଲକ୍ଷ 2 ହଜାର 956ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ 12 ହଜାରରୁ ଉର୍ଦ୍ଧ୍ବ ରିପୋର୍ଟ ପଜିଟିଭ ଆସିଛି । 16 ଏପ୍ରିଲ ସୁଦ୍ଧା ମୋଟ 2 ଲକ୍ଷ 86 ହଜାର 714 ଜଣ ଲୋକଙ୍କର ନମୁନା ପରୀକ୍ଷା ହୋଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ କହିଛି ।
ଭାରତରେ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଥିବାବେଳେ ମହାରାଷ୍ଟ୍ରରେ 3000 ପାର କରିଛି । ସେହିପରି ସାରା ବିଶ୍ବରେ 20 ଲକ୍ଷ ଉପରେ ପହଞ୍ଚିଛି କୋରୋନା ପଜିଟିଭ ସଂଖ୍ୟା ।
ସୌଜନ୍ୟ@ANI