ETV Bharat / bharat

ଆମେରିକାରେ ତାଣ୍ଡବ ରଚୁଛି କୋରୋନା, ଗୋଟିଏ ଦିନରେ 2200 ମୃତ

ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 2200 ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

author img

By

Published : Apr 29, 2020, 10:39 AM IST

corona
ଆମେରିକାରେ ମୃତ୍ୟୁ ତାଣ୍ଡବ ରଚିଛି କୋରୋନା

ୱାଂଶିଟନ: ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 2200 ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 58 ହଜାର ଟପିଛି । ଏହାଛଡା ବର୍ତ୍ତମାନ ଆମେରିକାରେ 9 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଦେଶ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବର 120 ଦେଶରେ କୋରୋନା ନିଜ କାୟା ବିସ୍ତାର କରିଛି । କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.