ନୂଆଦିଲ୍ଲୀ: ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ 100ରୁ ଊର୍ଦ୍ଧ୍ବ ବିଦେଶୀ ଭାରତୀୟ ବଂଶୋଦ୍ଭବ ଯୋଗଦେବେ ବୋଲି ବିଜେପିର ବିଦେଶ ବ୍ୟାପାର ବାହିନୀର ଭାରପ୍ରାପ୍ତ ଅଧିକାରୀ ବିଜୟ ଚୌଥାଇୱାଲେ ପ୍ରକାଶ କରିଛନ୍ତି ।
ବିଜୟ କହିଛନ୍ତି, ନିର୍ବାଚନ ସମୟରେ 1000ରୁ ଊର୍ଦ୍ଧ୍ବ ବିଦେଶୀ ଭାରତୀୟ ବଂଶୋଦ୍ଭବ ବିଭିନ୍ନ ଉପାୟରେ ପ୍ରଚାରକ୍ଷେତ୍ରରେ ନିୟୋଜିତ ଥିଲେ । ଏମାନଙ୍କ ଅବଦାନ ବେଶ୍ ପ୍ରଶଂସନୀୟ । ଏପରିକି ବିଶ୍ବ ସମୁଦାୟ ଆଗରେ ଭାରତର ଗ୍ରହଣୀୟତା ବୃଦ୍ଧି ପାଇଛି । ତେଣୁ ଲୋକମାନେ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ଥର କ୍ଷମତାକୁ ଆସିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରୁନାହାଁନ୍ତି ବରଂ ସଦିଚ୍ଛା ବ୍ୟକ୍ତ କରୁଛନ୍ତି ।
ଆମେରିକାରେ କାମ କରୁଥିବା ଭାରତୀୟ ସଫ୍ଟଓୟାର ଇଞ୍ଜିନିୟରଙ୍କ ଅସୁବିଧା ଖୁବ୍ ଶୀଘ୍ର ଦୂର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।