ETV Bharat / bharat

ଲକଡାଉନକୁ ବେଖାତିର୍, ନିୟମ ଭାଙ୍ଗି ମହାରାଷ୍ଟ୍ରରେ ଗିରଫ ହେଲେଣି 19,630 - କୋଭିଡ୍ ନ୍ୟୁଜ୍

ଲକଡାଉନ ନିୟମ ଭାଙ୍ଗିଥିବାରୁ 19,630 ଜଣଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ରାଜ୍ୟର ନିର୍ଦ୍ଦେଶନାମା ପାଳନ ନକରିବାରୁ ପୋଲିସ 55,784 ଗାଡି ଜବତ କରିଛି। ଏହାସହ ମହାରାଷ୍ଟ୍ର ପୋଲିସ 3,87,50,494 ଟଙ୍କା ଜରିମାନା ଆଦାୟ କରିଛି।

maharashtra-for-violation-of-lockdown-rules
ଲକଡାଉନକୁ ବେଖାତିର୍, ନିୟମ ଭାଙ୍ଗି ମହାରାଷ୍ଟ୍ରରେ ଗିରଫ ହେଲେଣି 19,630
author img

By

Published : May 11, 2020, 2:51 PM IST

ମୁମ୍ବାଇ: ଦେଶରେ କୋରୋନା ଭାଇରସ୍ ବିପଦକୁ ରୋକିବା ପାଇଁ ଲକଡାଉନ୍ ପ୍ରତିବନ୍ଧକକୁ ପ୍ରତ୍ୟେକ ରାଜ୍ୟ କଡାକଡି ଅନୁସରଣ କରୁଛନ୍ତି। ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଭାରତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର। କିନ୍ତୁ କୋଭିଡ୍ କଟକଣା ଏଠାରେ ସାଧାରଣ ଲୋକ ଆଦୌ ମାନୁ ନାହାଁନ୍ତି।

ରିପୋର୍ଟ କହୁଛି, 1 ଲକ୍ଷରୁ ଅଧିକ ଲୋକ ଲକଡାଉନ୍ ଉଲ୍ଲଂଘନ କରିଛନ୍ତି। ପଞ୍ଜିକୃତ ହୋଇଥିବା ମୋଟ ଅପରାଧ ସଂଖ୍ୟା ହେଉଛି 1,03,345। ଯେଉଁଥିରେ ରାଜ୍ୟରେ 1,291 ବେଆଇନ ପରିବହନ ମାମଲା ଅନ୍ତର୍ଭୁକ୍ତ ରହିଛି।

ରାଜ୍ୟରେ ତାଲା ପକାଇବା ଘୋଷଣା ପରେ, ଆଜି ପର୍ଯ୍ୟନ୍ତ 19,630 ଜଣଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ଟ୍ରାଫିକ ନିୟମ ଭାଙ୍ଗିବା ଏବଂ ରାଜ୍ୟର ନିର୍ଦ୍ଦେଶନାମା ପାଳନ ନକରିବାରୁ ପୋଲିସ 55,784 ଗାଡି ଜବତ କରିଛି। ମହାରାଷ୍ଟ୍ର ପୋଲିସ 3,87,50,494 ଟଙ୍କା ଜରିମାନା ଆଦାୟ କରିଛି।

କୋରୋନା ଭାଇରସ୍ ଲକ୍-ଡାଉନ୍ ସମୟରେ ଲୋକଙ୍କୁ ଯାଞ୍ଚ କରିବା ପାଇଁ ରାଜ୍ୟ ପୋଲିସ 24 ଘଣ୍ଟା କାର୍ଯ୍ୟ କରୁଛି। ରାଜ୍ୟରେ 887 ପୋଲିସ୍ କର୍ମଚାରୀ କୋଭିଡ୍-19 ସଂକ୍ରମଣର ଶିକାର ହୋଇଛନ୍ତି। ଏବଂ ତନ୍ମଧ୍ୟରୁ 7 ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ରାଜ୍ୟରେ ଭାରତରେ ସର୍ବାଧିକ ମାମଲା 22171 ରେକର୍ଡ ହୋଇଛି। ଯେଉଁଥିରେ 4199 ସକ୍ରିୟ ମାମଲା ଏବଂ 832 ମୃତ୍ୟୁ ଅନ୍ତର୍ଭୁକ୍ତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.