ETV Bharat / bharat

ବ୍ୟାନ ହୋଇପାରେ ଆହୁରି ଚାଇନିଜ୍ ଆପ୍, 48 ଘଣ୍ଟାରେ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କ ନିର୍ଦ୍ଦେଶ - tiktok ban

ମୋଦି ସରକାର ଦେଶ ପାଇଁ ବିପଦ ସୃଷ୍ଟି କରୁଥିବା 59 ଟି ଚାଇନିଜ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ଆହୁରି ଚାଇନିଜ୍ ଆପକୁ ମଧ୍ୟ ନିଷିଦ୍ଧ କରାଯାଇପାରିବ ।

ଭବିଷ୍ୟତରେ ବ୍ୟାନ ହୋଇପାରେ ଅନେକ ଚାଇନିଜ୍ ଆପ୍

author img

By

Published : Jun 30, 2020, 1:35 PM IST

ନୂଆଦିଲ୍ଲୀ: ମୋଦି ସରକାର ଦେଶ ପାଇଁ ବିପଦ ସୃଷ୍ଟି କରୁଥିବା 59ଟି ଚାଇନିଜ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆଦେଶ ପରେ ସରକାର ଗୁଗୁଲ ଓ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସମ୍ପୃକ୍ତ ଆପ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସୂଚନା ମଧ୍ୟ ଆସୁଛି ଯେ ଡିଜିଟାଲ ପ୍ଲାଟଫର୍ମରେ ସରକାର ଚୀନକୁ ଆହୁରି ଶକ୍ତ ଧକ୍କା ଦେଇପାରନ୍ତି । ଯଦି ଆବଶ୍ୟକ ହୁଏ ତେବେ ଆହୁରି ଚାଇନିଜ୍ ଆପକୁ ମଧ୍ୟ ନିଷିଦ୍ଧ କରାଯାଇପାରିବ ।

ଅନ୍ୟପକ୍ଷେ ବର୍ତ୍ତମାନ ଏହି କମ୍ପାନୀ ଗୁଡିକୁ 48 ଘଣ୍ଟା ସମୟ ଦିଆଯାଇଛି । ଏଥିରେ ସେମାନେ ସ୍ପଷ୍ଟୀକରଣ ରଖିବେ । ସରକାରଙ୍କ ଦ୍ବାରା ଗଠିତ ଏକ କମିଟି ସମସ୍ତ ଆପର କଥା ଶୁଣିବ। ଜୁନ 29 ରେ ଟିକଟକ୍, ସେୟାରଇଟ୍ ଭଳି ପ୍ରସିଦ୍ଧ ଆପ୍ ସମେତ 59 ଟି ଆପ୍ ଉପରେ ସରକାର ବ୍ୟାନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଅନ୍ୟ ଦେଶକୁ ସୂଚନା ପଠାଯାଉଛି ବୋଲି ସରକାର ଅଭିଯୋଗ କରିଛନ୍ତି । ଯଦି ସରକାର ଆଗକୁ ବି ଏଭଳି ସମସ୍ୟା ଦେଖନ୍ତି ତେବେ ଦେଶର ସ୍ବାର୍ଥ ପାଇଁ ଏପରି ଆପକୁ ବ୍ୟାନ କରାଯିବ ବୋଲି କୁହାଯାଇଛି ।

ମନ୍ତ୍ରଣାଳୟ କହିଛି, ଆମ ପାଖରେ ବିଶ୍ବସନୀୟ ସୂଚନା ରହିଛି ଯେ ଏଭଳି ଆପ୍ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁଛି । ବୟାନ ଅନୁଯାୟୀ, ଦେଶର ତଥ୍ୟ ସାର୍ବଜନୀନ ହେବା ଭାରତର ଜାତୀୟ ସୁରକ୍ଷା ତଥା ପ୍ରତିରକ୍ଷା ପାଇଁ ଭଲ ନୁହେଁ । ଏହା ଆମ ଦେଶର ସାର୍ବଭୌମତ୍ବ ତଥା ଅଖଣ୍ଡତା ଉପରେ ପ୍ରଭାବ ପକାଇଥାଏ ଓ ଏହା ଏକ ଗଭୀର ଚିନ୍ତାର ବିଷୟ । ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହି ପଦକ୍ଷେପ କୋଟି କୋଟି ଭାରତୀୟ ମୋବାଇଲ୍ ବ୍ୟବହାରକାରୀଙ୍କ ସ୍ବାର୍ଥ ରକ୍ଷା କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.