ଗାନ୍ଧୀନଗର: ପୋଲିସ ସାଜିଲେ ଦେବଦୂତ। ଦୁଇ ପିଲାଙ୍କୁ କାନ୍ଧରେ ବସାଇ ବନ୍ୟାପାଣିରୁ କଲେ ଉଦ୍ଧାର । ଯାହାର ଭିଡିଓ ଭାଇରାଲ ପରେ ଏବେ ଚାରିଆଡେ ସେହି ପୋଲିସଙ୍କ ଚର୍ଚ୍ଚା । ତେବେ ଏପରି ଦେଖିବାକୁ ମିଳିଛି ଗୁଜୁରାଟର ମୋରବି ଜିଲ୍ଲା କଲ୍ୟାଣପୁର ଗ୍ରାମରେ ।
ଲଗାଣ ବର୍ଷା ଯୋଗୁଁ ଗୁଜୁରାଟରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବନ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ପୋଲିସ ପ୍ରଶାସନ। ବନ୍ୟା ଦାଉରୁ ଲୋକଙ୍କୁ ଉଦ୍ଧାର କରୁଛି ପୋଲିସ । ତେବେ ଏହି ସମୟରେ ବନ୍ୟାର ପ୍ରଖର ସ୍ରୋତକୁ ଖାତିର ନକରି ଦୁଇ ପିଲାଙ୍କୁ କାନ୍ଧରେ ବସାଇ ଉଦ୍ଧାର କରିଛନ୍ତି ଜଣେ ପୋଲିସ କନେଷ୍ଟବଳ । ତାଙ୍କ ନାମ ପୃଥିରାଜ ସିଂ ଜାଡେଜା ବୋଲି ଜଣାପଡିଛି । କାନ୍ଧରେ ବସାଇ ଦୁଇପିଲାଙ୍କୁ ଉଦ୍ଧାର କରୁଥିବା ଭିଡିଓ ଭାଇରାଲ ପରେ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।