ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 5 କୋଟି ଦେବେ ମୋରାରୀ ବାପୁ

author img

By

Published : Jul 27, 2020, 7:41 PM IST

ସୋମବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 5 କୋଟି ଦାନ କରିବାକୁ ଘୋଷଣା କରିଛନ୍ତି ପ୍ରବଚକ ସନ୍ଥ ମୋରାରୀ ବାପୁ ।

ରାମ ମନ୍ଦିର
ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବିଶ୍ୱର ବିଭିନ୍ନ ଦେଶରେ ଥିବା ହିନ୍ଦୁମାନେ ମନ୍ଦିର ନିର୍ମାଣକୁ ନେଇ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆସନ୍ତା ଅଗଷ୍ଚ ୫ ତରିଖରେ ହେବ । ଏଥିସହିତ ମନ୍ଦିର ନିର୍ମାଣ ପାଇଁ ଦାନ ମିଳିବା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋମବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 5 କୋଟି ଦାନ କରିବାକୁ ଘୋଷଣା କରିଛନ୍ତି ପ୍ରବଚକ ସନ୍ଥ ମୋରାରୀ ବାପୁ ।

ନିଜ ଆଶ୍ରମରେ ଚାଲିଥିବା ଏକ ଅନଲାଇନ ପ୍ରବଚନ ସମୟରେ ସେ ଏହି ଘୋଷଣା କରିଛନ୍ତି । ତେବେ ଏନେଇ ବାପୁ କହିଛନ୍ତି, ଚିତ୍ରାକୋଟଡମ୍ ଟ୍ରଷ୍ଟ ସର୍ବଦା ଜାତୀୟ କାର୍ଯ୍ୟରେ ସହଯୋଗ କରିଥାଏ । ରାମକଳା ଶ୍ରୋତାମାନଙ୍କ ଭାବନାକୁ ବିଚାରକୁ ନେଇ ଚିତ୍ରାକୋଟଡମ୍ ଟ୍ରଷ୍ଟ ତଥା ବାପୁଙ୍କ ରାମକଥା ଶ୍ରୋତାମାନଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ 5 କୋଟି ଟଙ୍କା ଅନୁଦାନ ପଠାଯିବ।

ଅଗଷ୍ଟ 5 ରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଭୁମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ନିମନ୍ତ୍ରଣ କରାଯାଇଛି। ଭୁମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ଏବଂ ସେଠାରେ ପ୍ରାୟ ଦେଢ ଘଣ୍ଟା ରହିବେ ବୋଲି ଜଣା ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.