ETV Bharat / bharat

ମହିଳାଙ୍କ ସୁରକ୍ଷା ପାଇଁ ଆସିଲା 'ସ୍ୟାଣ୍ଡାଲ ଡ୍ରୋନ'

ପିଲା ବେଳୁ ଘାରିଛି ମହିଳାଙ୍କ ସୁରକ୍ଷା ଚିନ୍ତା । ଏନେଇ ମୋରଦାବାଦ ବୈଷୟିକ କଲେଜର ଜଣେ ଛାତ୍ର ନିର୍ମାଣ କରିଛନ୍ତି 'ସ୍ୟାଣ୍ଡାଲ ଡ୍ରୋନ' । ଏହି ଡ୍ରୋନରେ ଜିପିଏସ ସିଷ୍ଟମ ରହିଛି । ଛାତ୍ର ଜଣକ ଏହି ପ୍ରକଳ୍ପର ନାମ ''ଫ୍ଲାଇଂ କୋପ ଆଣ୍ଡ ଡିଫେନ୍ସ ସିଷ୍ଟେମ'' ଭାବେ ନାମକରଣ କରିଛନ୍ତି ।

author img

By

Published : Jun 4, 2019, 9:19 AM IST

ଫାଇଲ ଫଟୋ

ଲକ୍ଷ୍ନୌ: ପିଲା ବେଳୁ ଘାରିଛି ମହିଳାଙ୍କ ସୁରକ୍ଷା ଚିନ୍ତା । ଏନେଇ ମୋରଦାବାଦ ବୈଷୟିକ କଲେଜର ଜଣେ ଛାତ୍ର ନିର୍ମାଣ କରିଛନ୍ତି 'ସ୍ୟାଣ୍ଡାଲ ଡ୍ରୋନ' । ଏହି ଡ୍ରୋନରେ ଜିପିଏସ ସିଷ୍ଟମ ରହିଛି । ଛାତ୍ର ଜଣକ ଏହି ପ୍ରକଳ୍ପର ନାମ ''ଫ୍ଲାଇଂ କୋପ ଆଣ୍ଡ ଡିଫେନ୍ସ ସିଷ୍ଟେମ'' ଭାବେ ନାମକରଣ କରିଛନ୍ତି । ଏହା ଇଲେକଟ୍ରିକରେ କାର୍ଯ୍ୟ କରିବା ସହ ଘଟଣାସ୍ଥଳରୁ ସିଗନାଲ ପ୍ରେରଣ କରିଥାଏ ।

ଭାରତରେ ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁର୍ଷ୍କମ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ବର୍ତ୍ତମାନ ସମୟରେ ସବୁଠୁ ବଡ ସମସ୍ୟା ହୋଇ ଉଭା ହୋଇଛି । ଏହି କାରଣରୁ ମହିଳାଙ୍କ ସରୁକ୍ଷା ପାଇଁ ଏହି ସ୍ୟାଣ୍ଡାଲ ଡ୍ରୋନର ନିର୍ମାଣ କରାଯାଇଥିବା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଛାତ୍ର ଦିବାକର ଶର୍ମା କହିଛନ୍ତି ।

ସୂଚନା ଅନୁସାରେ, ଡ୍ରୋନରେ ଏକ ବଟନ ରହିଛି, ଯାହାକୁ ବିପଦ ସମୟରେ ପ୍ରେସ କରିବାକୁ ପଡିବ । ବଟନଟିକୁ ପ୍ରେସ କରିବା ପରେ ସ୍ୟାଣ୍ଡାଲରେ ବିଦ୍ୟୁତ ପ୍ରବାହିତ ହେବା ସହ ଅସଦାଚରଣ କରୁଥିବା ବ୍ୟକ୍ତିକୁ ଜୋରଦାର ଝଟକା ଲାଗିବ । ଏପରିକି ଡ୍ରୋନଟିକୁ ପାଖରେ ଥିବା ପୋଲିସ ଷ୍ଟେସନ ସହ ଲିଙ୍କ କରାଯାଇଛି । ଫଳରେ ଯେଉଁସ୍ଥାନରେ ମହିଳା ଜଣକ ବିପଦରେ ପଡିଥିବେ ସେହି ସ୍ଥାନରୁ ଡ୍ରୋନଟି ନିକଟସ୍ଥ ପୋଲିସ ଷ୍ଟେସନ ଓ ତାର ପରିବାର ଲୋକଙ୍କୁ ଲୋକେସନ ମ୍ୟାସେଜ ପଠାଇଦେବ ।

ଏହାସହ ଡ୍ରୋନରେ ଆଲାରାମ ସିଷ୍ଟମ ରହିଛି , ଯାହାଫଳରେ ପାଖଆଖରେ ଥିବା ଲୋକମାନେ ସାହାଯ୍ୟ ପାଇଁ ହାତ ବଢାଇପାରିବେ । ଅନ୍ୟପଟେ ଡ୍ରୋନରେ ଖଞ୍ଜାଯାଇଥିବା କ୍ୟାମେରାରେ ଘଟଣାର ସମସ୍ତ ଭିଡିଓ ରେକଡିଂ ହୋଇଥିବ । ଯାହା ପରବର୍ତ୍ତୀ ସମୟରେ ପୋଲିସକୁ ଘଟଣାର ତଦନ୍ତ ପାଇଁ ସୁରାକ ଯୋଗାଇବ ।

Intro:Body:

sscc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.