ETV Bharat / bharat

ଭାରତରେ ବ୍ୟାଙ୍କ ଓ କମ୍ପାନୀର ସାର୍ବଭୌମତ୍ବ ରେଟିଂ ହ୍ରାସ କଲା ମୁଡିସ - 8ଟି ବ୍ୟାଙ୍କର ସାର୍ବଭୋମତ୍ବ ରେଟିଂରେ ହ୍ରାସ

ଭାରତର ସାର୍ବଭୌମତ୍ବ ମୂଲ୍ୟାୟନ ହ୍ରାସ ହେବାର ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିସ୍ ଇନଭେଷ୍ଟର୍ସ ସର୍ଭିସେସ୍ ମଧ୍ୟ 4 ବ୍ୟାଙ୍କ ଓ 8ଟି ବଡ କମ୍ପାନୀର ମୂଲ୍ୟାୟନ ହ୍ରାସ କରିଛି ।

moodys
8ଟି ବ୍ୟାଙ୍କର ସାର୍ବଭୋମତ୍ବ ରେଟିଂରେ ହ୍ରାସ
author img

By

Published : Jun 3, 2020, 5:44 PM IST

ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ବ ମୂଲ୍ୟାୟନ ହ୍ରାସ ହେବାର ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିସ୍ ଇନଭେଷ୍ଟର୍ସ ସର୍ଭିସେସ୍ ମଧ୍ୟ 4 ବ୍ୟାଙ୍କ ଓ 8ଟି ବଡ କମ୍ପାନୀର ମୂଲ୍ୟାୟନ ହ୍ରାସ କରିଛି । ମୁଡିସର ଡାଉନଗ୍ରେଡ୍ ହୋଇଥିବା ବ୍ୟାଙ୍କଗୁଡିକ ମଧ୍ୟରେ ଏସବିଆଇ, ଏଚଡିଏଫସି ବ୍ୟାଙ୍କ, ଏକ୍ସିମ ବ୍ୟାଙ୍କ ଓ ଇଣ୍ଡସ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଯେଉଁ କମ୍ପାନୀଗୁଡିକର ମୂଲ୍ୟାୟନ ହ୍ରାସ କରାଯାଇଛି ସେମାନଙ୍କ ମଧ୍ୟରେ ଆଇଟି କମ୍ପାନୀ ଟିସିଏସ୍, ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ଯଥା ONGC, ଇନଫୋସିସ୍ ଅନ୍ତର୍ଭୁକ୍ତ ।

ମୁଡିସ୍ କହିଛି ଯେ କୋଭିଡ-19 ଓ ଦେଶର ସାର୍ବଭୌମତ୍ବ ମୂଲ୍ୟାୟନ ହେତୁ ଅର୍ଥନୀତିରେ ହ୍ରାସ କାରଣରୁ ଏହି ବ୍ୟାଙ୍କ ଏବଂ କମ୍ପାନୀଗୁଡିକର ମୂଲ୍ୟାୟନ ହ୍ରାସ ପାଇଛି। ମୁଡିସ୍ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଦୀର୍ଘକାଳୀନ ମୂଲ୍ୟାୟନ ବଜାୟ ରଖିଛି କିନ୍ତୁ କମ୍ପାନୀ ଉପରେ ଏହାର ଦୃଷ୍ଟିକୋଣକୁ ସ୍ଥିରରୁ ନକାରାତ୍ମକରେ ପରିବର୍ତ୍ତନ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର Baa2 ରେଟିଂ ବଜାୟ ରଖେ । ପ୍ରକାଶଥାଉକି, ଭାରତର ସାର୍ବଭୌମତ୍ବ ମୂଲ୍ୟାୟନରେ ପରିବର୍ତ୍ତନ ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦୃଷ୍ଟିକୋଣ ସ୍ଥିରରୁ ନକାରାତ୍ମକକୁ ପରିବର୍ତ୍ତିତ ହୋଇଛି ।

ଅନ୍ୟାନ୍ୟ କମ୍ପାନୀ ଯାହାର ରେଟିଂ ହ୍ରାସ ପାଇଛି ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡ୍, ଅଏଲ୍ ଇଣ୍ଡିଆ, ଭାରତ ପେଟ୍ରୋଲିୟମ ଓ ପେଟ୍ରୋନେଟ ଏଲଏନଜି । ମୁଡିସ୍ ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ ଓ ୟୁନାଇଟେଡର ସମୀକ୍ଷା କରୁଛି । ସେମାନଙ୍କର ମୂଲ୍ୟାୟନ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । ତେବେ ଏହା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ରେଟିଂ ହ୍ରାସ କରି ନାହିଁ ।

ମୁଡିସ୍ କହିଛନ୍ତି ଯେ କୋରୋନା ଭାଇରସ ସଂକ୍ରମଣ କାରଣରୁ ବ୍ୟାଙ୍କର ଲାଭକୁ ଝଟକା ଲାଗିଛି । ସେମାନଙ୍କର ସମ୍ପତ୍ତିର ଗୁଣବତ୍ତା ଖରାପ ରହିଛି ଓ ଗ୍ରାହକଙ୍କ ଋଣ ଡିଫଲ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା କହିଛି ଯେ ସରକାରୀ ବ୍ୟାଙ୍କଗୁଡିକ ତୁଳନାରେ ଘରୋଇ ବ୍ୟାଙ୍କଗୁଡିକର ପୁଞ୍ଜି ବିନିଯୋଗ ଭଲ ଓ ଋଣ ଡିଫଲ୍ଟ କାରଣରୁ ସେମାନେ କ୍ଷତି ସହି ପାରିବେ । ତେବେ ଏହି ସମୟ ମଧ୍ୟରେ ତାଙ୍କ ବ୍ୟବସାୟ ବହୁତ କ୍ଷତି ସହିଛି । ଏହାକୁ ଦୂର କରିବା ପାଇଁ ଘରୋଇ ବ୍ୟାଙ୍କଗୁଡିକ ଏକ ନୂତନ ରଣନୀତି ଗ୍ରହଣ କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.