ETV Bharat / bharat

ଆଜି ସଂସଦରେ ମୌସୁମୀ ଅଧିବେଶନର ଶେଷ ଦିନ ! - ସଂସଦ ଅନିଶ୍ଚିତତା ପାଇଁ ବନ୍ଦ

କୋରୋନା କାଳରେ ସେପ୍ଟେମ୍ବର 18ରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ସମସ୍ତ କୋଭିଡର ସମସ୍ତ ପ୍ରୋଟୋକଲ ମଧ୍ୟ ଜାରି ହୋଇଥିଲା । ହେଲେ ଅକ୍ଟୋବର 1 ଶେଷ ହେବାକୁ ଥିବା ଅଧିବେଶନକୁ ଆଗୁଆ ବନ୍ଦ କରାଯିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ...

ସଂସଦରେ ମୌସୁମୀ ଅଧିବେଶନର ଆଜି ଶେଷ ଦିନ !
ସଂସଦରେ ମୌସୁମୀ ଅଧିବେଶନର ଆଜି ଶେଷ ଦିନ !
author img

By

Published : Sep 23, 2020, 7:13 AM IST

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟର 8 ଦିନ ପୂର୍ବରୁ ସଂସଦକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ ରଖାଯାଇପାରେ । ବୁଧବାର(ଆଜି) ସଂସଦରେ ଶେଷ କାର୍ଯ୍ୟଦିବସ ହୋଇପାରେ । କେତେକ ସାଂସଦ କୋରୋନା ସଂକ୍ରମିତ ହେବା ପରେ ସରକାର ଆଗୁଆ ବନ୍ଦ କରିବେ ବୋଲି ଆକଳନ କରାଯାଉଛି । ନିକଟରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଏ ବାବଦରେ ବୈଠକରେ କରିଥିବା ଜଣାପଡିଛି ।

ସଂସଦ ଆରମ୍ଭ ହେବା ପୂର୍ବରୁ 30 ଜଣ ସାଂସଦ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ସାଂସଦ କାର୍ଯ୍ୟ ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ 3 ଜଣ କୋରୋନା ଆକ୍ରାନ୍ତ ହୋଇଥିଲେ । ଫଳରେ ସଂକ୍ରମଣକୁ ରୋକିବାକୁ ସରକାର ସଂସଦକୁ ଆଗୁଆ ବନ୍ଦ ହୋଇପାରେ ବୋଲି ଜଣାପଡିଛି ।

ଆଜି ରାଜ୍ୟସଭାରେ ପାଞ୍ଚଟି ବିଲ ପାରିତ କରି ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇପାରେ । ସରକାର ବିନା କୌଣସି ବିରୋଧରେ ଶ୍ରମ ସଂକେତ ବିଲ୍, ଏଫସିଆରଏ ସଂଶୋଧନ ବିଲ୍, ଜେଆଣ୍ଡକେ ଭାଷା ବିଲ୍ ଏବଂ ନେଟିଂ ବିଲ୍ ପାସ୍ କରିବାକୁ ଯୋଜନା କରିଛନ୍ତି । ସେପଟେ ଅପରାହ୍ନ 3ଟା ପରିବର୍ତ୍ତେ ସନ୍ଧ୍ୟା 6 ଟାରେ ଆରମ୍ଭ ଲୋକସଭାରେ ଗୃହକାର୍ଯ୍ୟ । ଏନେଇ ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏହା ପରେ ନିମ୍ନ ଗୃହକୁ ଅନିର୍ଦ୍ଦିଷ୍ଟ ସମୟ ପାଇ ସ୍ଥଗିତ ରଖାଯାଇପାରେ ।

କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଥିବା କିଛି ବିଲ୍‌ ସାଂସଦରେ ପାରିତ ହୋଇଛି । ମଙ୍ଗଳବାର ଆଠ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ବିରୋଧୀ ଉଭୟ ଗୃହ ବର୍ଜନ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ,ଗତ ସେପ୍ଟେମ୍ବର 14 ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଏଥର ରବିବାର ଓ ଶନିବାର ବିନା ଛୁଟିରେ 18ଟି କାର୍ଯ୍ୟ ଦିବସ ରଖାଯାଇଥିଲେ । ଅକ୍ଟୋବର 1 ପର୍ଯ୍ୟନ୍ତ ଚାଲିଥାନ୍ତା ମୌସୁମୀ ଅଧିବେଶନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.