ETV Bharat / bharat

ମୌସୁମୀ ଅଧିବେଶନ: ଦୈନିକ ଆଣ୍ଟିଜେନ ଟେଷ୍ଟ କରିବେ ସାମ୍ବାଦିକ ଓ ପାର୍ଲାମେଣ୍ଟ କର୍ମଚାରୀ - ବାଧ୍ୟତାମୂଳକ କୋଭିଡ ଟେଷ୍ଟ

ଆଜି ସଂସଦରେ ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଅଧିବେଶନ ଆରମ୍ଭରୁ ଅନେକ ସାଂସଦ କୋରୋନା ଚିହ୍ନଟ ପରେ ନୂତନ କୋରୋନା ପ୍ରୋଟୋକଲ ଜାରି ହୋଇଛି । ଅଧିକ ପଢନ୍ତୁ...

ଦୈନିକ ଆଣ୍ଟିଜେନ ଟେଷ୍ଟ କରିବେ ସାମ୍ବାଦିକ ଓ ପାର୍ଲିଆମେଣ୍ଟ କର୍ମଚାରୀ

author img

By

Published : Sep 18, 2020, 3:23 PM IST

ନୂଆଦିଲ୍ଲୀ: କୋରୋନା କଟକଣାରେ ଅଧିବେଶନ ସେପ୍ଟେମ୍ବର 14 ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । ଅଧିବେଶନର ପ୍ରଥମ ଦିନରେ 30 ଜଣ ସାଂସଦ କୋରୋନା ସଂକ୍ରମିତ ହୋଇଥିଲେ । ଯାହାକୁ ନଜରରେ ରଖି ସଂସଦରେ ନୂତନ କୋରୋନା ପ୍ରୋଟୋକଲ ଜାରି ହୋଇଛି ।

ଏହି ନୂଆ ପ୍ରୋଟୋକଲ ଅନୁସାରେ, ଏଥର ପ୍ରତ୍ୟେକ ଦିନ ସଂସଦରେ ପ୍ରବେଶ କରୁଥିବା ସବୁ ସାଂସଦ, ସାମ୍ବାଦିକ ଓ ପାର୍ଲାମେଣ୍ଟର କର୍ମଚାରୀ କୋରୋନାର ଆଣ୍ଟିଜେନ ଟେଷ୍ଟ କରିବେ। ଲୋକସଭା ଏବଂ ରାଜ୍ୟସଭାର ପ୍ରେସ ଗ୍ୟାଲେରୀରୁ ମୌସୁମୀ ଅଧିବେଶନକୁ ରିପୋର୍ଟିଂ କରୁଥିବା ସାମ୍ବାଦିକମାନେ 72 ଘଣ୍ଟା ମଧ୍ୟରେ RT-PCR ଟେଷ୍ଟ ରିପୋର୍ଟ ଦାଖଲ କରିବେ ।

ଉଭୟ ଗୃହର ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ନିୟମିତ ବ୍ୟବଧାନରେ RT-PCR ପରୀକ୍ଷା ଦେଉଛନ୍ତି ବୋଲି ସଂସଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂସଦର ଜଣେ ସଦସ୍ୟ ଯେତେ ଥର ଚାହିଁବେ RT-PCR ଟେଷ୍ଟ କରିପାରିବେ । RT-PCR ଟେଷ୍ଟ ସମୟ ସାପେକ୍ଷ ହୋଇଥିବାରୁ ଆଣ୍ଟିଜେନ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ବିଲ୍ ଆଲୋଚନା ସମୟରେ ମନ୍ତ୍ରୀଙ୍କ ସରକାରୀ କର୍ମଚାରୀମାନେ ମଧ୍ୟ ସଂସଦରେ ପହଞ୍ଚିବା ପୂର୍ବରୁ ଗତ 72 ଘଣ୍ଟା ମଧ୍ୟରେ RT-PCR ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ।

କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ପ୍ରହ୍ଲାଦ ପଟେଲ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର 14 ରେ ଆରମ୍ଭ ହୋଇଥିବା ଅଧିବେଶନରେ ଉଭୟ ଯୋଗ ଦେଇଥିଲେ । ଅଧିବେଶନ ସମୟରେ ଅନେକ ସାଂସଦ କୋରୋନା ଆକ୍ରାନ୍ତ ହୋଇଥିବାରୁ ସେମାନେ ଗୃହରେ ଯୋଗ ଦେବାକୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.