ETV Bharat / bharat

ମୌସୁମୀ ଅଧିବେଶନ: ଘଣ୍ଟାଏ ଗୃହ ମୁଲତବୀ

author img

By

Published : Sep 14, 2020, 9:43 AM IST

Updated : Sep 14, 2020, 9:52 AM IST

ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହ ଘଣ୍ଟାଏ ଯାଏ ମୁଲତବୀ । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନ : ଘଣ୍ଟାଏ ଗୃହ ମୁଲତବୀ
ମୌସୁମୀ ଅଧିବେଶନ : ଘଣ୍ଟାଏ ଗୃହ ମୁଲତବୀ

ନୂଆଦିଲ୍ଲୀ: ସକାଳ 9ଟାରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ କରାଯାଇଛି । ପରେ ଲୋକସଭା ବାଚସ୍ପତି ଗୃହର ଅଧ୍ୟକ୍ଷତା କରିଛନ୍ତି ।

ମୌସୁମୀ ଅଧିବେଶନ: ଘଣ୍ଟାଏ ଗୃହ ମୁଲତବୀ

ଗୃହ ଆରମ୍ଭରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଜଶରାଜ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ, ଉତ୍ତରପ୍ରଦେଶ ମନ୍ତ୍ରୀ କମଲ ରାନୀ, ଚେତନ ଚୌହାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ଓ ଯେଉଁମାନଙ୍କ ଚଳିତ ବର୍ଷ ଦେହାନ୍ତ ହୋଇଛି ସମସ୍ତଙ୍କୁ ସାଂସଦମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ କୋରୋନା ଯୋଦ୍ଧା ଓ ଶହୀଦ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଗୃହରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସାଂସଦ କିଛିକ୍ଷଣ ନିରବ ପ୍ରାର୍ଥନା କରିଛନ୍ତି । ଏହାପରେ ଗୃହକୁ ଘଣ୍ଟାଏ ପାଇଁ ମୁଲତବୀ ଘୋଷଣା କରାଯାଇଛି । ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନାଥାଉକି, ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବ ।

Last Updated : Sep 14, 2020, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.