ETV Bharat / bharat

ଲଦାଖ ଓ କାଶ୍ମୀରରେ ପ୍ରବେଶ କଲା ମୌସୁମୀ

ଦକ୍ଷିଣ ପଶ୍ଚିମ ମୌସୁମୀ ଦେଶରେ ପ୍ରବେଶ କରିଥିବାବେଳେ, ବର୍ତ୍ତମାନ ଠାରୁ କେତେକ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ....

ଓ୍ବେଦର ଅପଡେଟ: ଲଦାଖ ଓ କାଶ୍ମୀରରେ ପ୍ରବେଶ କଲା ମୌସୁମୀ, ପ୍ରବଳ ବର୍ଷିବ

author img

By

Published : Jun 25, 2020, 1:15 PM IST

ନୂଆଦିଲ୍ଲୀ: ବୁଧବାର ଦକ୍ଷିଣ ପଶ୍ଚିମ ମୌସୁମୀ ରାଜସ୍ଥାନ, ଚଣ୍ଡିଗଡ଼, ଉତ୍ତର ପଞ୍ଜାବର କିଛି ଅଂଶ, ଉତ୍ତରପ୍ରଦେଶ ଏବଂ ପାହାଡି ରାଜ୍ୟର ହିମାଚଳ ପ୍ରଦେଶର ଅଧିକାଂଶ ଅଂଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ-ବାଲ୍ଟିସ୍ତାନ ଏବଂ ମୁଜାଫରବାଦରେ ପ୍ରବେଶ କରିଛି । ଏନେଇ ଆଇଏମଡି ଅପରାହ୍ନର ଏକ ବୁଲେଟିନ ଜାରି କରି ସୂଚନା ଦେଇଛି ।

ବିଭାଗ ଅନୁଯାୟୀ, ଉତ୍ତର ପ୍ରଦେଶରେ 'ଅରେଞ୍ଜ' ଆଲର୍ଟ ଜାରି କରାଯାଇଛି । ରାଜ୍ୟ ପାଣିପାଗ ପୂର୍ବାନୁମାନ ଏଜେନ୍ସି ସ୍କାଏମେଟ ପାଣିପାଗର ମହେଶ ପଲାବତ କହିଛନ୍ତି ଯେ, ଗୁରୁବାର ଦିଲ୍ଲୀରେ ମୌସୁମୀ ପ୍ରବେଶ କରିବ । ଏନେଇ ଦିଲ୍ଲୀ ଓ ଏନସିଆର ସମେତ ଅନେକ ସ୍ଥାନରେ ବୁଧବାର କିଛି ମାତ୍ରାରେ ବର୍ଷା ହୋଇଥିବାବେଳେ ଆଗକୁ ପ୍ରବଳ ବର୍ଷା ହେବାର ସୂମ୍ଭାବନା ରହିଛି ।

ଗୁରୁବାର ଦିଲ୍ଲୀରେ ସକାଳର ତାପମାତ୍ରା 37.1 ଡିଗ୍ରୀ ସେଲସିୟସ ରହିଛି । ତେବେ ବର୍ଷା ହେତୁ ବାୟୁରେ ଆର୍ଦ୍ରତା ସ୍ତର 100 ପ୍ରତିଶତ ବୃଦ୍ଧି ପାଇଛି । ତେବେ ଉତ୍ତର-ପଶ୍ଚିମ ଭାରତରେ ବହୁ ସମୟ ପରେ LPA ତୁଳନାରେ ଭଲ ଯଥା 107 ପ୍ରତିଶତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ତେବେ ମୌସୁମୀର ଅଗ୍ରଗତି ପ୍ରଭାବରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାବେଳେ, ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବା ଆରମ୍ଭ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.