ETV Bharat / bharat

ସୋସିଆଲ ମିଡିଆରେ ମାଙ୍କଡ ନାଚ

ଗାଁ ଦାଣ୍ଡରେ ଆଉ ଦେଖିବାକୁ ମିଳୁନି ମାଙ୍କଡ ନାଚ, ବାଉଁଶରାଣୀ ବା ସାପଖେଳ। କିନ୍ତୁ ଏବେ ସେହିଭଳି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

author img

By

Published : Aug 9, 2019, 3:58 PM IST

ସୋସିଆଲ ମିଡିଆରେ ମାଙ୍କଡ ନାଚ

ହାଇଦ୍ରାବାଦ: ସାଧାରଣ ଲୋକଟିଏ ହେଉ ଅବା ବ୍ୟବସାୟୀ ଅର୍ଥ ଉପାର୍ଜନ ପାଇଁ ବିଭିନ୍ନ ପ୍ରକାର ବ୍ୟବସାୟ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମକୁ ଆପଣାଇଥାଏ । ଲୋକନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ମଞ୍ଚସ୍ଥ/ପଥପ୍ରାନ୍ତ ନାଟକ, ଅପେରା, ଯାଦୁଖେଳ ଏବଂ ବନ୍ୟଜନ୍ତୁଙ୍କୁ ନେଇ ସର୍କସ ଇତ୍ୟାଦି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା ।

ସୋସିଆଲ ମିଡିଆରେ ମାଙ୍କଡ ନାଚ, ଭିଡିଓ ସୌଜନ୍ୟ: ଫେସବୁକ @HaryanviToraOfficial

ଖାଲି ସେତିକି ନୁହେଁ ଗାଁ ଦାଣ୍ଡରେ ସାପଖେଳ, ମାଙ୍କଡ ନାଚ, ଛୋଟଛୋଟ ପିଲାଙ୍କୁ ନେଇ ବାଉଁଶରାଣୀ ଖେଳ ବା ବିଭିନ୍ନ ପ୍ରକାର କୁହୁକ ବିଦ୍ୟା/ଯାଦୁଖେଳ ଦେଖାଇ କିଛି ଲୋକ ଅର୍ଥ ଉପାର୍ଜନ କରୁଥିଲେ।

1972 ବନ୍ୟପ୍ରାଣୀ ସଂରକ୍ଷଣ ଆଇନ (ଇଣ୍ଡିଆନ୍ ଓ୍ଵାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨) ଲାଗୁହେବା ପରେ ବଡବଡ ନାମୀ ସର୍କସ ସଂସ୍ଥାମାନ ବନ୍ଦ ହୋଇଗଲା । କେତେକ ସ୍ଥାନରେ ଲୁଚାଛପାରେ ସର୍କସ ଚାଲିଥିଲା । କାଳକ୍ରମେ ସେଗୁଡିକ ମଧ୍ୟ ବନ୍ଦ ହୋଇଗଲା । ପରେ ଗାଁ ଗଣ୍ଡାରେ ବହୁଳ ମାତ୍ରାରେ ସାପଖେଳ ଓ ମାଙ୍କଡ ନାଚ ଦେଖିବାକୁ ମିଳିଲା । ଏହିସବୁ ଖେଳ ଦେଖାଉଥିବା ବ୍ୟକ୍ତି 1972 ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଉଲଙ୍ଘନରେ ଗିରଫ ହେବାପରେ ସେଗୁଡିକ ମଧ୍ୟ ଆସ୍ତେଆସ୍ତେ ବନ୍ଦ ହୋଇଗଲା ।

କିନ୍ତୁ ଏବେ ସେହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସବୁଠୁ ବଡକଥା ହେଉଛି ବର୍ତ୍ତମାନ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଉଲଙ୍ଘନ କରି ଏଭଳି ଖେଳ ଚାଲୁଛି ନା ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓଗୁଡିକ ପୋଷ୍ଟ କରାଯାଉଛି । ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ଜଣେ ବ୍ୟକ୍ତି ଦୁଇଟି ମାଙ୍କଡକୁ ବାନ୍ଧି ସାଧାରଣରେ ନାଚ ଦେଖାଇ କିଛି ଅର୍ଥ ଉପାର୍ଜନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.