ETV Bharat / bharat

ସ୍ବିଜରଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ମୋନିକା କପିଲ ମୋହତା

କୂଟନୀତିଜ୍ଞ ମୋନିକା କପିଲ ମୋହତାଙ୍କୁ ସ୍ବିଜରଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ମୋହତା ଏବେ ସ୍ବିଡେନରେ ଭାରତର ରାଷ୍ଟ୍ରଦୂତ ରହିଛନ୍ତି । ଅଧିକ ପଢନ୍ତୁ...

ସ୍ବିଜରଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ମୋନିକା କପିଲ ମୋହତା
ସ୍ବିଜରଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ମୋନିକା କପିଲ ମୋହତା
author img

By

Published : Jun 8, 2020, 5:09 PM IST

ନୂଆଦିଲ୍ଲୀ: କୂଟନୀତିଜ୍ଞ ମୋନିକା କପିଲ ମୋହତାଙ୍କୁ ସ୍ବିଜରଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି । ମୋନିକାଙ୍କ ନିଯୁକ୍ତି ନେଇ ସୋମବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

1985 ବ୍ୟାଚ୍‌ର ଭାରତୀୟ ବୈଦେଶିକ ସେବା ଅଧିକାରୀ ମୋହତା ଏବେ ସ୍ବିଡେନରେ ଭାରତର ରାଷ୍ଟ୍ରଦୂତ ରହିଛନ୍ତି । ସେ ଖୁବ୍ ଶୀଘ୍ର ସ୍ବିଜରଲ୍ୟାଣ୍ଡରେ ଭାରତୀୟ ରାଷ୍ଟ୍ରଦୂତଭାବେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ମୋହଟା ଜୁଲାଇ 2011ରୁ ଜାନୁୟାରୀ 2015 ପର୍ଯ୍ୟନ୍ତ ପୋଲାଣ୍ଡ ଏବଂ ଲିଥୁଆରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛନ୍ତି । ଏହାପୂର୍ବରୁ ସେ 2006ରୁ 2011 ପର୍ଯ୍ୟନ୍ତ ବ୍ରିଟେନ ସ୍ଥିତ ଭାରତର ଉଚ୍ଚାୟୁକ୍ତରେ ନେହେରୁ କେନ୍ଦ୍ରର ନିର୍ଦ୍ଦେଶକ ତଥା ସଂସ୍କୃତି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବୈଦେଶିକ ମନ୍ତ୍ରଣାଳୟରେ ମୋନିକା ଅତିରିକ୍ତ ସଚିବ / ଯୁଗ୍ମ ସଚିବ (ଦକ୍ଷିଣ ବିଭାଗ), ନିର୍ଦ୍ଦେଶକ (ପାକିସ୍ଥାନ), ନିର୍ଦ୍ଦେଶକ (ଗଲ୍ଫ), ନିର୍ଦ୍ଦେଶକ (ବାହ୍ୟ ପ୍ରଚାର) ଏବଂ ଡେପୁଟି ମୁଖପାତ୍ର, ନିର୍ଦ୍ଦେଶକ (ମିଳିତ ଜାତିସଂଘ) ସହିତ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ଏହାସହ ସେ ନେପାଳ ଏବଂ ଥାଇଲ୍ୟାଣ୍ଡର ଭାରତୀୟ ଦୂତାବାସରେ ଏବଂ ୟୁନେସ୍କୋକୁ ସ୍ଥାୟୀ ପ୍ରତିନିଧିତ୍ବ କରିସାରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.