ETV Bharat / bharat

କେରଳ ସୁନା ଚୋରାଚାଲାଣ ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ଏକାଠି ପ୍ରଶ୍ନ କରିବ ED

author img

By

Published : Oct 31, 2020, 3:14 PM IST

ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ଅଭିଯୁକ୍ତମାନଙ୍କୁ ଏକାଠି ପଚରାଉଚରା କରିବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ...

କେରଳ ସୁନା ଚୋରାଚାଲାଣ ମାମଲା
କେରଳ ସୁନା ଚୋରାଚାଲାଣ ମାମଲା

ଥିରୁଅନନ୍ତପୁରମ୍: ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୁକ୍ତମାନଙ୍କୁ ଏକାଠି ପଚରାଉଚରା କରିବାକୁ ଯୋଜନା କରୁଛି । ଅଭିଯୁକ୍ତ ସ୍ବପ୍ନା ସୁରେଶ, ସାରିଥ୍, ସନ୍ଦୀପ ନାଏରଙ୍କୁ ହେପାଜତ ପାଇଁ ଇଡି କୋର୍ଟକୁ ଜଣାଇଛି । ଇଡି ହେପାଜତରେ ଥିବା ଅଭିଯୁକ୍ତ ଏମ. ଶିବଶଙ୍କରଙ୍କ ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯିବ । ଏନେଇ ସୋମବାର ହେପାଜତ ଆବେଦନ ଉପରେ ଏର୍ନାକୁଲମ୍ ପ୍ରିନ୍ସିପାଲ୍ ସେସନ୍ସ କୋର୍ଟ ବିଚାର କରିବେ।

ଶିବଶଙ୍କରଙ୍କୁ ଗିରଫ କରିବା ପରେ ଅର୍ଥ ହେରଫେର ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି । ଇଡି ତାଙ୍କୁ ଗିରଫ କରି ପଚରାଉଚରା କରୁଛି । ତାଙ୍କୁ ସକାଳ 9ଟାରୁ ସନ୍ଧ୍ୟା 6ଟା ଯାଏଁ ଜେରା କରାଯାଉଛି । ଶୁକ୍ରବାର ପଚରାଉଚୁରା ପରେ ଶିବଶଙ୍କରଙ୍କୁ ଆୟୁର୍ବେଦ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସୁନା ଚୋରାଚାଲାଣରେ ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଥିବା ଏମ. ଶିବଶଙ୍କରଙ୍କୁ ଇଡି ପଚରାଉଚରା କରୁଛି । ତେବେ ଯାଞ୍ଚରେ ସେ ସହାୟତା କରୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.