ETV Bharat / bharat

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ବି ଯିବେ ସାବରମତୀ ଆଶ୍ରମ

author img

By

Published : Feb 23, 2020, 12:16 PM IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାବରମତୀ ଆଶ୍ରମ ଯିବେ ବୋଲି ଜଣା ପଡିଛି । ଅଧିକ ପଢନ୍ତୁ...

trump to visit sabarmati ashram
ରାଷ୍ଟ୍ରପତି ଟ୍ରମ୍ପଙ୍କ

ଅହମ୍ମଦାବାଦ: ପତ୍ନୀ ମାଲେନିଆଙ୍କ ସହ ଆଜି (ରବିବାର) ସଂନ୍ଧ୍ୟାରେ ଭାରତ ଅଭିମୁଖେ ଉଡାଣ ଭରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆସନ୍ତାକାଲି(ସୋମବାର) ଅହମ୍ମଦାବାଦ ବିମାନ ବନ୍ଦର ପହଞ୍ଚିବେ । ସେଠାରେ ସେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗ ନେବେ । ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଉଭୟ ଟ୍ରମ୍ପ ଦମ୍ପତ୍ତି ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମ ଯିବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପ ଦମ୍ପତ୍ତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାବରମତୀ ଆଶ୍ରମ ଯିବେ ବୋଲି ଜଣା ପଡିଛି ।

ଆଶ୍ରମରେ ଟ୍ରମ୍ପ ଦମ୍ପତି ଚରଖା ଚଳାଇବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେଠାରେ ମହାତ୍ମା ଗାନ୍ଧୀଙ୍କ ଲୋକପ୍ରିୟ ଭଜନ, ବୈଷ୍ଣବ ଜନତୋ ଲଗାଯିବ । ଟ୍ରମ୍ପ ତାଙ୍କର ଯାତ୍ରା ପ୍ରଥମେ ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ସହରରୁ ଆରମ୍ଭ କରିବେ । ତେଣୁ ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅହମ୍ମଦାବାଦ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.