ETV Bharat / bharat

ମହିଳାଙ୍କୁ ସମର୍ପିତ ମୋଦିଙ୍କ ସୋସିଆଲ ମିଡିଆ

author img

By

Published : Mar 3, 2020, 2:46 PM IST

ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ପ୍ରସଙ୍ଗର ଖୋଲିଲା ଗୁମର । ନିଜେ ମୋଦି ହିଁ ଖୁଲାସା କଲେ କାହିଁକି ଆସନ୍ତା ରବିବାର ଛାଡିବେ ନିଜ ସୋସିଆଲ ମିଡିଆ। ତେବେ କାହିଁକି ଏନେଇ ଅଧିକ ପଢନ୍ତୁ...

Modi left social media for womens
ମହିଳାଙ୍କୁ ସମର୍ପିତ ମୋଦିଙ୍କ ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଛାଡିବା ପ୍ରସଙ୍ଗ ଉପରୁ ପରଦା ଉଠାଇଲେ ପ୍ରଧାନମନ୍ତ୍ରୀ । ଟ୍ବିଟ କରି କହିଲେ, ମହିଳାଙ୍କ ପାଇଁ ସମର୍ପିତ ରହିବ ତାଙ୍କ ସୋସିଆଲ ମିଡିଆ । ଆସନ୍ତା ରବିବାର ମହିଳା ଦିବସ ଥିବାରୁ ପିଏମ ଏଭଳି ନିଷ୍ପତ୍ତି ନେଇଥିବାବେଳେ, ଯେଉଁ ମହିଳାମାନେ ସମାଜକୁ ପ୍ରେରଣା ଯୋଗାଇଛନ୍ତି ସେମାନେ ମୋଦିଙ୍କ ସମସ୍ତ ସୋସିଆଲ ମିଡିଆ ଗୋଟିଏ ଦିନ ପାଇଁ ବ୍ୟବହାର କରିପାରିବେ।

Modi left social media for womens
ମହିଳାଙ୍କୁ ସମର୍ପିତ ମୋଦିଙ୍କ ସୋସିଆଲ ମିଡିଆ

ଟ୍ବିଟ କରି ପିଏମ କହିଛନ୍ତି, କ’ଣ ଆପଣ ଏମିତି କିଛି ମହିଳାଙ୍କୁ ଜାଣିଛନ୍ତି କି ଯେଉଁମାନେ ଆପଣଙ୍କୁ ପ୍ରେରିତ କରିଛନ୍ତି । ତାକୁ ସେୟାର କରନ୍ତୁ #sheInspiresUs ରେ ।

ମହିଳାଙ୍କୁ ସମର୍ପିତ ମୋଦିଙ୍କ ସୋସିଆଲ ମିଡିଆ
ମହିଳାଙ୍କୁ ସମର୍ପିତ ମୋଦିଙ୍କ ସୋସିଆଲ ମିଡିଆ

ସୂଚନାଯୋଗ୍ୟ, ଗତ ସୋମବାର ସୋସିଆଲ ମିଡିଆ ଛାଡିବା ନେଇ ମୋଦି ଟ୍ବିଟ କରିବା ପରେ ନାନା କଳ୍ପନା-ଜଳ୍ପନା ଆରମ୍ଭ ହୋଇଥିଲା । ଆଉ ଏନେଇ ଟ୍ବିଟରେ #Nosir ବୋଲି ଟ୍ରେଣ୍ଡ କରିବା ସହ କାହିଁକି ପିଏମ ଏଭଳି ନିଷ୍ପତ୍ତି ନେଲେ ସେନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଏପରିକି ରାହୁଲ ଗାନ୍ଧୀ ଟ୍ବିଟ କରି କହିଥିଲେ, ଘୃଣା ଭାବ ଛାଡ ସୋସିଆଲ ମିଡିଆ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.