ETV Bharat / bharat

ଶାହାଙ୍କ ପ୍ରସଂଶାରେ ମୋଦି: ଗୃହମନ୍ତ୍ରୀଙ୍କ ନେତୃତ୍ବରେ ଦିଲ୍ଲୀ-ଏନସିଆରେ କମିଛି ସଂକ୍ରମଣ ହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା କରିଛନ୍ତି ।

author img

By

Published : Aug 11, 2020, 4:21 PM IST

Modi praises amit shah
ଶାହାଙ୍କ ପ୍ରସଂଶାରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା କରିଛନ୍ତି । କୋରୋନା ସଙ୍କଟରେ ଆଲୋଚନା ବେଳେ ମୋଦି କହିଛନ୍ତି ଯେ ଦିଲ୍ଲୀ-ୟୁପି-ହରିୟାଣାରେ ଅବସ୍ଥା ଖରାପ ଥିଲା । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କାର୍ଯ୍ୟ କରାଯାଇଥିଲା ଓ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶର କିଛି ଜିଲ୍ଲାରେ ଏଭଳି ସମୟ ଆସିଥିଲା, ଯାହା ଚିନ୍ତାର ବିଷୟ ଥିଲା । ଏହା ଏକ ବଡ ସଙ୍କଟ ହେବ ବୋଲି ସରକାର ଦିଲ୍ଲୀରେ ଘୋଷଣା କରିଥିଲେ । ଏହା ପରେ ଆମେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଏକ ଦଳ ଗଠନ କରିଥିଲୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶାହା ପହଞ୍ଚିଥିଲେ ଓ ସମୀକ୍ଷା ପରେ ଫଳାଫଳ ପାଇପାରିଥିଲେ । 10 ଦିନ ମଧ୍ୟରେ ଦିଲ୍ଲୀରେ ପରିବର୍ତ୍ତନ ନଜର ଆସିଲା । କଣ୍ଟେନମେଣ୍ଟ ଜୋନକୁ ସମ୍ପୁର୍ଣ୍ଣ ଅଲଗା କରାଗଲା ଓ 100 ପ୍ରତିଶତ ସ୍କ୍ରିନିଂ କରାଗଲା ।

ପ୍ରକାଶଥାଉକି, ଦିଲ୍ଲୀ ସରକାର ମେ ମାସରେ କହିଥିଲେ ଯେ ଯଦି ଦିଲ୍ଲୀରେ କୋରୋନା ହାର ଏପରି ବଢିଚାଲେ ତେବେ ଜୁଲାଇ ମାସରେ ସାଢେ 5 ଲକ୍ଷ ମାମଲା ହୋଇପାରେ । ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜଧାନୀରେ ଦାୟିତ୍ବ ଗ୍ରହଣ କଲେ, ଦିଲ୍ଲୀରେ ପରୀକ୍ଷା ବୃଦ୍ଧି କରାଯାଇଥିଲା ଓ ଡାକ୍ତରଖାନା ଗୁଡିକରେ ସୁବିଧା ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ଅମିତ ଶାହା ଦିଲ୍ଲୀ ନିକଟରେ ଥିବା ଏନସିଆର ଅଞ୍ଚଳ ସମ୍ପର୍କରେ ଥିବା 3 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବିତ 10ଟି ରାଜ୍ୟରେ ପରୀକ୍ଷା ଓ ଟ୍ରାକିଂ ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 72 ଘଣ୍ଟା ମଧ୍ୟରେ କୋରୋନା ପୀଡିତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଯାଞ୍ଚ କରନ୍ତୁ ଓ ଟ୍ରାକ୍ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.