ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ତିଥିରେ ତାଙ୍କୁ ସ୍ମରଣ କରିଛନ୍ତି । ସମ୍ପ୍ରତି ମୋଦି ଜାପାନ ଗସ୍ତରେ ଥିବାବେଳେ ଟ୍ବିଟରରେ ଏହା ଉଲ୍ଲେଖ କରିଛନ୍ତି ।
ରାଓ ଜଣେ ପଣ୍ଡିତ, ଦକ୍ଷ ପ୍ରଶାସକ ବୋଲି ସେ ଉଲ୍ଲେଖ କରିଛନ୍ତି । ଭାରତୀୟ ଇତିହାସର ଏକ ପ୍ରତିକୂଳ ସ୍ଥିତିରେ ସେ ଦେଶର ନେତୃତ୍ବ ନେଇଥିଲେ । ଦେଶର ପ୍ରଗତିରେ ତାଙ୍କର ଅବଦାନକୁ ସମସ୍ତେ ମନେ ରଖିବେ ବୋଲି ମୋଦି କହିଛନ୍ତି ।