ନୂଆଦିଲ୍ଲୀ: ଏଥର ସ୍ବାଧୀନତା ଦିବସରେ କଣ ରହିବ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ । ଲାଲକିଲ୍ଲାରେ କେଉଁ ବିଷୟ ଉପରେ ଚର୍ଚ୍ଚା କରିବେ ଦେଶର ପ୍ରଧାନମନ୍ତ୍ରୀ । କେଉଁ ଉପରେ ସେ ଦେବେ ଗୁରୁତ୍ବାରୋପ ଏଥର ଏହା ସ୍ଥିର କରିବେ ସାଧାରଣ ଜନତା । ସେନେଇ ସିଧାସଳଖ ଜନତାଙ୍କ ଠୁ ପରାମର୍ଶ ଲୋଡିଛନ୍ତି ମୋଦି ।
ଗତ 4 ବର୍ଷ ପରେ ମୋଦି ସିଧାସଳଖ ସାଧାରଣ ଜନତାଙ୍କ ପରାମର୍ଶ ଲୋଡିଥିବା ବେଳେ ଜନତାଙ୍କ ଚିନ୍ତାଧାରକୁ ଉପସ୍ଥାପନା କରିବେ । ଅଗଷ୍ଟ 15ରେ ରଖିବାକୁ ଯାଉଥିବା ଅଭିଭାଷଣରେ ଜନତାଙ୍କୁ ବହୁମୂଲ୍ୟ ତଥ୍ୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଟ୍ବିଟର ମାଧ୍ୟମରେ ନିମନ୍ତ୍ରଣ କରିଛନ୍ତି ।
ଲାଲକିଲ୍ଲାରେ 130 କୋଟି ଲୋକଙ୍କ ଆପଣଙ୍କ ଚିନ୍ତାଧାରା ବିଷୟରେ ଶୁଣିବାକୁ ପାଇବେ । ସେନେଇ ନମୋ ଆପରେ ଆରମ୍ଭ ହୋଇଥିବା ଓପନ ଫୋରମରେ ଜଣାଇବାକୁ କହିଛନ୍ତି ମୋଦି।
ତେବେ ଏହା ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ଅଭିଭାଷଣ ରହିବ । ପ୍ରଚଣ୍ଡ ବହୁମତ ପରେ କ୍ଷମତା ଫେରିଥିବା ସରକାରଙ୍କ ଏହା ହେଉଛି ପ୍ରଥମ ସ୍ବାଧୀନତା ଦିବସ ।