ETV Bharat / bharat

ଏନଜିଓ ପ୍ରତିନିଧିଙ୍କ ସହ ମୋଦିଙ୍କ ଆଲୋଚନା, କର୍ମ କରୁଥିବା ବ୍ୟକ୍ତି ନିଃସ୍ବାର୍ଥପର ଭାବେ ସେବା ଯୋଗାଇଥାଏ - ମୋଦିଙ୍କ ଆଲୋଚନା,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାଙ୍କ ସଂସଦୀୟକ୍ଷେତ୍ର ବାରାଣାସୀର କିଛି ଏନଜିଓ ପ୍ରତିନିଧୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ କବୀର ଦାସଙ୍କ ଏକ ଦୋହାର ପୁନରାବୃତ୍ତି କରିଛନ୍ତି,

ଏନଜିଓ ପ୍ରତିନିଧିଙ୍କ ସହ ମୋଦିଙ୍କ ଆଲୋଚନା
ଏନଜିଓ ପ୍ରତିନିଧିଙ୍କ ସହ ମୋଦିଙ୍କ ଆଲୋଚନା
author img

By

Published : Jul 9, 2020, 2:06 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାଙ୍କ ସଂସଦୀୟକ୍ଷେତ୍ର ବାରାଣାସୀର କିଛି ଏନଜିଓ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ କବୀର ଦାସଙ୍କ ଏକ ଦୋହାର ପୁନରାବୃତ୍ତି କରି କହିଛନ୍ତି, ‘ସେବକ ଫଳ ମାଗେ ନାହିଁ,ସେବା କରେ ଦିନରାତି’। ଅର୍ଥାତ ସେବା କରୁଥିବା ବ୍ୟକ୍ତି କେବେ ଏହାର ଫଳ ମାଗେନି ଓ ଦିନରାତି ନିଃସ୍ବାର୍ଥପର ଭାବେ ସେବା ଯୋଗାଇଚାଲେ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ‘ସମାନ ଭାବରେ କେନ୍ଦ୍ର ସରକାର ନିରନ୍ତର ଭାବେ ପ୍ରୟାସ କରିଆସୁଛନ୍ତି । କୋରୋନା ସମୟରେ ସାଧାରଣ ଲୋକଙ୍କ ଦୁଃଖ ବାଣ୍ଟିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରିଛନ୍ତି। ଗରିବ ଲୋକଙ୍କୁ ରାସନ ମିଳୁଛି, ଚାକିରି ପାଇଛନ୍ତି ଓ ଏପିରିକି ନିଜ କାମ ପାଇଁ ଋଣ ନେଉଛନ୍ତି । ଲୋକଙ୍କ ନିକଟରେ ନିବେଦନ କରି ମୋଦି କହିଛନ୍ତି, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକରୁ ଆମକୁ ମୁକ୍ତି ଦରକାର । ଏ ଅଭ୍ୟାସ ଆମକୁ ବଦଳେଇବାକୁ ପଡିବ । 2 ମିଟରର ଦୂରତା, ମାସ୍କକୁ ବ୍ୟବହାର କରିବାକୁ ପଡିବ ।

ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମୋଦି କହିଛନ୍ତି, ‘ଏତେ କମ ସମୟ ମଧ୍ୟରେ ଖାଦ୍ୟ ହେଲ୍ପଲାଇନ ଓ କମ୍ୟୁନିଟି ରୋଷେଇଘରର ଏକ ବିସ୍ତୃତ ନେଟୱର୍କ ସୃଷ୍ଟି କରିବା, ବାରାଣାସୀ ସ୍ମାର୍ଟ ସିଟିର ନିୟନ୍ତ୍ରଣ ଓ କମାଣ୍ଡ ସେଣ୍ଟରର ସମ୍ପୂର୍ଣ୍ଣ ବ୍ୟବହାର କରିବା ଦ୍ବାରା ଗରିବ ଲୋକଙ୍କୁ ସାହାଯ୍ୟ ମିଳିଛି’ । ସେ ଆହୁରି ମଧ୍ୟ କହିଛନ୍ତି, ‘ହଜାର ହଜାର ଲୋକ କାଶୀକୁ ଗର୍ବିତ କରିଛନ୍ତି । ଆଜି ମୁଁ ସମସ୍ତଙ୍କ କାର୍ଯ୍ୟକୁ ପ୍ରଣାମ କରୁଛି। ସେବା ସହ ଜଡିତ ସମସ୍ତେ। ମୁଁ ସେହି ବ୍ୟକ୍ତିଙ୍କୁ ଅଭିବାଦନ ଜଣାଉଛି ଓ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରୁଛି ’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.