ETV Bharat / bharat

ଦେଶର ଅର୍ଥନୈତିକ ସଙ୍କଟକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ୟେଚୁରୀ

author img

By

Published : Sep 5, 2020, 9:54 PM IST

ସୀତାରାମ ୟେଚୁରୀ ଦେଶର ଅର୍ଥନୈତିକ ସଙ୍କଟକୁ ନେଇ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ବିଶ୍ବର 20ଟି ବଡ ଦେଶ ମଧ୍ୟରେ ଭାରତରେ ଜିଡିପର ସର୍ବାଧିକ ହ୍ରାସ ଘଟିଛି। ଏହା ଗତ 6ବର୍ଷ ଧରି ଦେଶରେ ଚାଲିଆସୁଥିବା ଅର୍ଥନୈତିକ ଅବନତିର ଫଳାଫଳ ବୋଲି ସେ କହିଛନ୍ତି ।

ଦେଶର ଅର୍ଥନୈତିକ ସଙ୍କଟକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ୟେଚୁରୀ

ନୂଆଦିଲ୍ଲୀ: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଦେଶର ଜିଡିପି ହ୍ରାସ ଏବଂ ଅର୍ଥନୈତିକ ସଙ୍କଟକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ସୀତାରାମ ୟେଚୁରୀ ଦେଶର ଅର୍ଥନୈତିକ ସଙ୍କଟକୁ ନେଇ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ବିଶ୍ବର 20ଟି ବଡ ଦେଶ ମଧ୍ୟରେ ଭାରତରେ ଜିଡିପର ସର୍ବାଧିକ ହ୍ରାସ ଘଟିଛି। ଏହା ଗତ 6ବର୍ଷ ଧରି ଦେଶରେ ଚାଲିଆସୁଥିବା ଅର୍ଥନୈତିକ ଅବନତିର ଫଳାଫଳ ବୋଲି ସେ କହିଛନ୍ତି ।

ଦେଶର ଅର୍ଥନୈତିକ ସଙ୍କଟକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ୟେଚୁରୀ

ଆର୍ମନିର୍ଭର ଭାରତ ନାଁରେ ମୋଦି ସରକାର ସମସ୍ତ ସରକାରୀ ସଂସ୍ଥା ତଥା ପିଏସୟୁକୁ ଘରୋଇକରଣ କରି 'ଆତ୍ମସମର୍ପଣ ଭାରତ' ନୀତି ଆପଣେଇଛନ୍ତି ବୋଲି ୟେଚୁରୀ କହିଛନ୍ତି। ସେ ଏଥିପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି, ଏହା ବିରୁଦ୍ଧରେ ବିରୋଧୀଦଳ ସ୍ବର ଉତ୍ତୋଳନ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ସେମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ଲଗାଯାଉଛି। ଆଗାମୀ ସଂସଦ ଅଧିବେଶନ ପାଇଁ କିଛି ନିୟମ ପ୍ରଣୟନ କରିବାକୁ କୁହାଯାଇଛି, ଯାହା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଆହୁରି ଖରାପ କରିବ ବୋଲି ୟେଚୁରୀ କହିଛନ୍ତି ।

ୟେଚୁରୀ ମୋଦି ସରକାରଙ୍କ ବୈଦେଶିକ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମୋଦି ସରକାର ଭାରତକୁ ଆମେରିକାର ଏକ ସହଯୋଗୀ ରାଷ୍ଟ୍ର ଭାବରେ ପରିଣତ କରିଛନ୍ତି। ଫଳସ୍ବରୂପ ଆମେରିକା ଚୀନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବାରମ୍ବାର କହୁଛି ।

ସେ ଆହୁରି କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ଅଧିକାର ତଥା ନାଗରିକଙ୍କ ସ୍ବାଧୀନତା ଉପରେ ଆକ୍ରମଣ ହେଉଛି । ସରକାର ତଥା ଏହାର ନୀତି ବିରୁଦ୍ଧରେ ଉଠୁଥିବା ସ୍ବରକୁ ରାଷ୍ଟ୍ର ବିରୋଧୀ ବୋଲି କୁହାଯାଉଛି । ସେମାନଙ୍କୁ ୟୁଏପିଏ, ଦେଶଦ୍ରୋହ ଇତ୍ୟାଦି ଆଇନ ଅନୁଯାୟୀ ଅଟକ ରଖାଯାଉଛି। ମହାମାରୀର ମୁକାବିଲା ତଥା ଲୋକଙ୍କୁ ଆଶ୍ବସ୍ଥି ପ୍ରଦାନ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏନଡିଏ ସରକାର ଭାରତୀୟ ସମ୍ବିଧାନର ଆଭିମୁଖ୍ୟକୁ କ୍ଷୁର୍ଣ୍ଣ କରିବାରେ ବ୍ୟସ୍ତ ଅଛନ୍ତି ବୋଲି ୟେଚୁରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.