ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2021-22ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ବଜେଟକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ମୋଦି ସରକାର ନିଜର କିଛି ଉଦ୍ୟୋଗପତି ବନ୍ଧୁଙ୍କ ହାତରେ ଭାରତର ସମ୍ପତ୍ତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି । ସାଧାରଣ ଲୋକଙ୍କ ହାତକୁ ଟଙ୍କା ଦେବା ପରିବର୍ତ୍ତେ ମୋଦି ସରକାର କିଛି ଉଦ୍ୟୋଗପତିଙ୍କ ହାତକୁ ଭାରତର ସମ୍ପତ୍ତି ଟେକିଦେବାକୁ ଚାହୁଁଥିବା କହିଛନ୍ତି ରାହୁଲ ।
ବଜେଟ ଉପସ୍ଥାପନ ପୂର୍ବରୁ ସକାଳେ ମଧ୍ୟ ଟ୍ବିଟ କରିଥିଲେ ରାହୁଲ । ସକାଳେ ରାହୁଲ ଟ୍ବିଟ କରି କହିଥିଲେ ଯେ ଚଳିତ ବର୍ଷ ଆର୍ଥିକ ବଜେଟ ଏମଏସଏମଇ, ଚାଷୀଙ୍କୁ ସମର୍ଥନ କରିବା ସହ ନିଯୁକ୍ତି ସୃଷ୍ଟି କରିବା ଦରକାର ।
ଏହାସହ ଜୀବନ ବଞ୍ଚାଇବା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ ବୃଦ୍ଧି ଓ ସୀମା ସୁରକ୍ଷା ପାଇଁ ପ୍ରତିରକ୍ଷା ବଜେଟ ବୃଦ୍ଧି ହେବା ଆବଶ୍ୟକ ବୋଲି ଜୋର ଦେଇ କହିଥିଲେ ରାହୁଲ ।