ଶ୍ରୀନଗର: ଧିରେ ଧିରେ ସ୍ବାଭାବିକ ହେଉଛି ଜମ୍ମୁ-କାଶ୍ମୀର । ଦେଶର ଅନ୍ୟ ରାଜ୍ୟ ଭଳି ଜମ୍ମୁକାଶ୍ମୀରବାସୀ କିଭଳି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ଲାଭ ପାଇବେ ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଧାରା 370 ଉଚ୍ଛେଦ ହେବା ପରେ ସରକାରଙ୍କ ପ୍ରଥମ ଲକ୍ଷ୍ୟ ଥିଲା ଜାମ୍ମୁ କାଶ୍ମୀରବାସୀଙ୍କୁ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା । ଆଉ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେଉଥିବାରୁ ସରକାର ଆଶା ଉଜ୍ଜୀବିତ ହେବାରେ ଲାଗିଛି ।
ପୂର୍ବରୁ ଜାମ୍ମୁକାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିବାରୁ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଏଠାରେ କାର୍ଯ୍ୟକାରୀ ହେଉନଥିଲା । ଫଳରେ ଦେଶର ଏକ ପ୍ରମୁଖ ଅଂଶ ବିକଶିତ ହେବାରୁ ବଞ୍ଚିତ ହେଉଥିଲା । ତେଣୁ ଏବେ ଜମ୍ମୁକାଶ୍ମୀର ପ୍ରତ୍ୟେକ ନାଗରିକ ନିକଟରେ ଯୋଜନାର ସଫଳ ରୂପାୟନ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ।
ଜମ୍ମୁ କାଶ୍ମୀର ପ୍ରତ୍ୟେକ ନାଗରିକଙ୍କ ହେବ ଆଧାର କାର୍ଡ :
ଦେଶରୁ ଭଷ୍ଟ୍ରାଚାର ରୋକିବା ପାଇଁ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ଆଧାରକାର୍ଡ ସହ ଯୋଡିଛନ୍ତି କେନ୍ଦ୍ର ସରକାର। ତେବେ ବର୍ତ୍ତମାନ ଜାମୁକାଶ୍ମୀର 22 ପ୍ରତିଶତ ଲୋକଙ୍କ ନିକଟରେ ଆଧାରକାର୍ଡ ନାହିଁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କାଶ୍ମୀର ଘାଟି ଅଞ୍ଚଳର । ତେଣୁ ଏମାନଙ୍କର ଆଧାର କାର୍ଡ କରିବା ପାଇଁ ସରକାର ଆସନ୍ତା ଅକ୍ଟୋବର 31 ତାରିଖ ସ୍ବତନ୍ତ୍ର ଅଭିଯାନ ଚଳାଇବେ । ଆଧାରକାର୍ଡ ବନାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବତନ୍ତ୍ର କ୍ୟାମ୍ପ କରାଯିବ ।
ସେହିପରି ଲୋକେ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ସ୍ବଚ୍ଛତା ଅଭିଯାନ ସମେତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।