ETV Bharat / bharat

କମ୍ପାନୀ ଅଧିନିୟମରେ ପରିବର୍ତ୍ତନ କଲେ ମୋଦି ସରକାର - Modi govt. amends companies act

ଦେଶରେ କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କମ୍ପାନୀ ଅଧିନିୟମକୁ ପରିବର୍ତ୍ତନ କରିଛନ୍ତି।

Modi govt.
କମ୍ପାନୀ ଅଧିନିୟମରେ ପରିବର୍ତ୍ତନ କଲେ ମୋଦି ସରକାର
author img

By

Published : May 27, 2020, 12:08 PM IST

Updated : May 27, 2020, 3:08 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କମ୍ପାନୀ ଅଧିନିୟମକୁ ପରିବର୍ତ୍ତନ କରିଛନ୍ତି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR) ପାଇଁ PM ନ୍ୟାସନାଲ ରିଲିଫ୍ ପାଣ୍ଠି ସହିତ PM କେୟାର୍ସଙ୍କୁ ମଧ୍ୟ ଅନୁମତି ଦିଆଯାଇଛି । ତାହା ହେଉଛି ବର୍ତ୍ତମାନ ପିଏସ୍ କେୟାର୍ସ ପାଣ୍ଠିରେ ସିଏସଆର୍ ପାଣ୍ଠି ମଧ୍ୟ ଦିଆଯାଇପାରେ । ଏହାପୂର୍ବରୁ ସିଏସଆର୍ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି ଅଧୀନରେ ଆସୁଥିଲା।

ପ୍ରକାଶଥାଉକି, ମାର୍ଚ୍ଚ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ କରି କହିଛନ୍ତି ଯେ ପିଏମ-କେୟାର୍ସ ରେ ଦିଆଯାଇଥିବା ଅବଦାନକୁ ସିଏସଆର ଖର୍ଚ୍ଚ ଭାବରେ ବିବେଚନା କରାଯିବ। ଏହା ପରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏକ ସ୍ମାରକପତ୍ର ଜାରି କରି ସ୍ପଷ୍ଟ କରିଛି ଯେ କମ୍ପାନୀଗୁଡିକ ଦାନ କରିଥିବା ପାଣ୍ଠି ସେମାନଙ୍କ ସିଏସଆର୍ କାର୍ଯ୍ୟକଳାପରେ ଗଣାଯିବ।

କର୍ପୋରେଟ୍ ସାମାଜିକ ଦାୟିତ୍ବ ବା ସିଏସଆର୍ ର ଅର୍ଥ ହେଉଛି କମ୍ପାନୀମାନଙ୍କୁ ସେମାନଙ୍କର ସାମାଜିକ ଦାୟିତ୍ବ ବିଷୟରେ କହିବା । ଭାରତରେ ସିଏସଆର ନିୟମ ଏପ୍ରିଲ 1, 2014 ଠାରୁ କାର୍ଯ୍ୟକାରୀ ।

ନିୟମଗୁଡିକ କ’ଣ?

1.ଯେଉଁ କମ୍ପାନୀଗୁଡିକର ବାର୍ଷିକ ନେଟ୍ ମୂଲ୍ୟ 500 କୋଟି

2. ବାର୍ଷିକ ଆୟ 1000 କୋଟି

3. ଯଦି ବାର୍ଷିକ ଲାଭ 5 କୋଟି, ତେବେ ସେମାନଙ୍କୁ ସିଏସସଆରରେ ଖର୍ଚ୍ଚ କରିବା ଆବଶ୍ୟକ ।

Last Updated : May 27, 2020, 3:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.