ETV Bharat / bharat

ଶ୍ରମ ଆଇନରେ ସଂଶୋଧନ ଆଣିବେ ସରକାର

author img

By

Published : Jun 12, 2019, 11:48 AM IST

କେନ୍ଦ୍ର ସରକାର ସଂସଦର ପ୍ରଥମ ଅଧିବେଶନରେ ନୂଆ ଶ୍ରମ ଆଇନ ଆଣିବେ । 44 ପୁରୁଣା ଆଇନକୁ 4ଟି ଶ୍ରେଣୀରେ ରଖାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମୋଦି ସରକାର ସଂସଦରେ ହେବାକୁ ଥିବା ଅଧିବେଶନରେ ଶ୍ରମ ଆଇନ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯାଉଛନ୍ତି । ଏଥିରେ ଶ୍ରମ ଆଇନରେ ସଂଶୋଧନ କରାଯିବ ।

ଶ୍ରମ କାନୁନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ଶ୍ରମମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ , ଅର୍ଥ ମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଉପସ୍ଥିତ ଥିଲେ ।

ବର୍ତ୍ତମାନ 44 ପୁରୁଣା ଆଇନକୁ 4ଟି ଶ୍ରେଣୀରେ ରଖାଯିବା ସହ କିଛି ପୁରୁଣା ଆଇନକୁ ହଟାଇବା ପାଇଁ ସରକାର ଯୋଜନା କରିଛନ୍ତି । ନୂତନ ସରକାର ସଂସଦର ଏହି ଅଧିବେଶନରେ ଆଣିବାକୁ ବିଲଗୁଡିକ ମଧ୍ୟରୁ ଶ୍ରମ ଆଇନ ବିଲ ପ୍ରଥମ ବିଲ ହେବ ।

ସ୍ଲଗ - କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଭିନ୍ନ ଅଭିଯୋଗ ନେଇ ମୁରିବାହାଲ ବ୍ଲକ ଓ ଥାନା ଘେରାଉ
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୮-୦୬-୧୯
ଫରମାଟ -ଏଭିଓ 
ଏଙ୍କର-
ବଲାଗିଂର କଣ୍ଟାବାଞ୍ଜି ବିଧାୟକ ନିଜର ଶତାଧିକ ସମର୍ଥକଙ୍କ ସହ ବିଭିନ୍ନ ଅଭିଯୋଗ ନେଇ ମୁରିବାହାଲ ଥାନା ଓ ବ୍ଲକ କାର୍ଯ୍ୟାଲୟ ଘେରାଉ କରିଛନ୍ତି । ତେବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଦୁର୍ନିତୀ ଖୋର ହୋଇଥିବାର ସେ ଅଭିଯୋଗ କରିଛନ୍ତି । ଯେଉଁଥିରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ମନରେଗାରେ ହୋଇଥିବା ବ୍ୟାପକ ଦୁର୍ନିତୀ ଏବେବି ଭିଜିଲାନ୍ସ ଦ୍ୱାରା ତଦନ୍ତା ଧିନ ରହିଥିବା ବେଲେ ଏଯାଏଁ ତାର କୌଣସି ସୁଫଲ ମିଲିନ ଥିବାର ସେ କହିଛନ୍ତି । ସମାନ ଭାବରେ ଏହି ସବୁ ଦୁର୍ନିତୀରେ ରାଜନୈତିକ ଚାପ ଦେଇ ଏଠିକାର ଅଧ୍ୟକ୍ଷ ନିଜର ମନମୁଖି ଶାସନ ଚଲାଇଥିବାର ସେ କହିଛନ୍ତି । ସେହିପରି ସେ ଗତ ନିର୍ବାଚନରେ ସରକାରୀ ଗାଡିରେ ନିର୍ବାଚନ ପ୍ରଚାର କରୁଥିବାର ଅଭିଯୋଗ ପୋଲିସ ପାଖରେ କରା ଯିବା ସତ୍ତେ୍ୱ ପୋଲିସ ଓଲଟା ଅଭିଯୋଗ କାରୀଙ୍କ ନାଁରେ ମାମଲା ରୁଜୁ କରିଥିଲା । ତେବେ ପୋଲିସ ଦୁର୍ନିତୀ ଗ୍ରସ୍ତ ନେତାଙ୍କ ହାତ ବାରିସି ସାଜି କାମ କରୁଥିବାର ସେ ଅଭିଯୋଗ ଆଣିଛନ୍ତି । ଏବଂ ଏହାକୁ ନେଇ ମୁରିବାହାଲ ବ୍ଲକ ଘେରାଉ କରିଛନ୍ତି । ସମାନ ଭାବରେ ସେ ମୁରିବାହାଲ ଥାନା ଅଧିକାରୀଙ୍କ ନାଁରେ ମଧ୍ୟ ଦୁର୍ନିତୀକୁ ପ୍ରସୟ ଦେଉଥିବାର ଅଭିଯୋଗ ଆଣିବା ସହ ସହରରେ ଜୁଆ, ଚୋରୀ , କୁଚିଆ ମଦ କାରବାର, ସଟ୍ଟା ଓ ଅନ୍ୟାନ୍ୟ ଅପରାଧ ବଢି ଚାଲିଥିବା ବେଲେ ପୋଲିସ ନିରବ ଦ୍ରଷ୍ଠା ସାଜିଥିବାର ସେ ଅଭିଯୋଗ ଆଣି ନିଜର ଶତାଧିକ ସମର୍ଥକଙ୍କ ସହ ମୁରିବାହାଲ ଥାନା ମଧ୍ୟ ଘେରାଉ କରିଛନ୍ତି । ଏବଂ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବୀ ପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ତେବେ ଦାବୀ ପୁରଣ ନହେଲା ଆଗାମୀ ଦିନରେ ତିବ୍ର ଆନ୍ଦୋଲନ ହେବ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.