ETV Bharat / bharat

ଲୋକସଭା ନିର୍ବାଚନ: ବର୍ତ୍ତମାନ ସୁଦ୍ଧା 9 ଅଭିଯୋଗରେ ମୋଦିଙ୍କୁ କ୍ଲିନଚିଟ୍‌ ଦେଇଛି ଇସି - election commission

ଲୋକସଭା ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବର୍ତ୍ତମାନ ସୁଦ୍ଧା 9 ଅଭିଯୋଗରେ ନିର୍ବାଚନ ଆୟୋଗ(ଇସି) କ୍ଲିନଚିଟ୍‌ ପ୍ରଦାନ କରିଛି ।

ଫାଇଲ ଫଟୋ
author img

By

Published : May 8, 2019, 12:13 PM IST

ନୂଆଦିଲ୍ଲୀ: ଆଚରଣବିଧି ଉଲଘଂନ ନେଇ ଆସିଥିବା 9 ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍‌ । ଲୋକସଭା ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବର୍ତ୍ତମାନ ସୁଦ୍ଧା 9 ଅଭିଯୋଗରେ ନିର୍ବାଚନ ଆୟୋଗ(ଇସି) କ୍ଲିନଚିଟ୍‌ ପ୍ରଦାନ କରିଛି ।

ମଙ୍ଗଳବାର, ଆଚରଣବିଧି ଉଲଘଂନ ନେଇ ମୋଦିଙ୍କ ବିରୋଧରେ ଆସିଥିବା ଅଷ୍ଟମ ଓ ନବମ ମାମଲାରେ ଇସି କ୍ଲିନଚିଟ୍‌ ଦେଇଛି । ଏଥିରେ ଗୁଜୁରାଟର ଅହମ୍ମଦାବାଦରେ ହୋଇଥିବା ରୋଡ ସୋ ଓ କର୍ଣ୍ଣାଟକର ଚିତ୍ରଦୁର୍ଗାର ଭାଷଣ ସାମିଲ ରହିଛି ।

ଅନ୍ୟପଟେ ରାଜୀବ ଗାନ୍ଧୀଙ୍କ ଉପରେ ମୋଦି ରଖିଥିବା ମନ୍ତବ୍ୟକୁ ନେଇ ଉତ୍ତର ପ୍ରଦେଶ ନିର୍ବାଚନ କମିଶନ ନିର୍ବାଚନ ଆୟୋଗଙ୍କ ନିକଟରେ ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି ।

ସୂଚନାଥାଉକି, ଚିତ୍ରଦୁର୍ଗାରେ ମୋଦି ପ୍ରଥମ ଥର ପାଇଁ ମତଦାନ କରୁଥିବା ଭୋଟରଙ୍କୁ ସୁରକ୍ଷା କର୍ମୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ କହିଥିବା ଅଭିଯୋଗ ହୋଇଥିଲା । ଏହା ସହ ମତଦାନ ଦିନ ମୋଦି ଅହମ୍ମଦାବାଦରେ ରୋଡ ସୋ କରିଥିବା କଂଗ୍ରେସ ଅଭିଯୋଗ ଆଣିଥିଲା ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.