ETV Bharat / state

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ 3 ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ CM Keonjhar visit - CM VISIT KENDUJHAR

ବିଭିନ୍ନ ବିଦ୍ୟାଳୟର ଜୟନ୍ତୀ ଓ ଜିଲ୍ଲା ମହୋତ୍ସବରେ ଯୋଗ ଦେବେ । ଗୁରୁବାର ଫେରିବେ ଭୁବନେଶ୍ବର ।

cm visit kendujhar
cm visit kendujhar (ETV BHARAT ODISHA)
author img

By ETV Bharat Odisha Team

Published : Dec 17, 2024, 9:38 AM IST

କେନ୍ଦୁଝର: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ କେନ୍ଦୁଝର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ ବିଭିନ୍ନ ବିଦ୍ୟାଳୟର ଜୟନ୍ତୀ ସମାରୋହ ଓ ଜିଲ୍ଲା ମହୋତ୍ସବରେ ଯୋଗ ଦେବେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ପୂର୍ବାହ୍ନ ପ୍ରାୟ 9ଟା 5ରେ ଏକ ସ୍ବତନ୍ତ୍ର ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନିଜ ଜିଲ୍ଲା ଅଭିମୁଖେ ବାହାରିବେ । ସକାଳ 10 ଟାରେ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପରେ ପହଞ୍ଚିବେ ।

  • ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୂଚୀ :

ପ୍ରଥମେ ମୁଖ୍ୟମନ୍ତ୍ରୀ ସଦର ବ୍ଲକର ବାଲିଆଗୋଡା ନିକଟସ୍ଥ ଅଶୋକବାଟିକାରେ ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ । ପୂର୍ବାହ୍ନ 11ଟା 40ରେ ମୁକୁନା ସତ୍ୟନାରାୟଣ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଇ ଅପରାହ୍ନ 1ଟାରେ ସର୍କିଟ ହାଉସକୁ ଯିବେ । ଅପରାହ୍ନ 4ଟାରେ ମଇଦାନକେଲ ଗ୍ରାମପଞ୍ଚାୟତର ତାଳପଦାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ସେଠାରୁ କେନ୍ଦୁଝର ଅଡିଟୋରିୟମକୁ ଆସି କେନ୍ଦୁଝରଗଡ଼ ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାତି 8ଟାରେ କେନ୍ଦୁଝର ସର୍କିଟ ହାଉସକୁ ଫେରିଆସିବେ ।

  • ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ
  • ପୂର୍ବାହ୍ନ 11ଟା 40ରେ ମୁକୁନା ସତ୍ୟନାରାୟଣ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହେବେ ସିଏମ
  • ଅପରାହ୍ନ 4ଟାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
  • କେନ୍ଦୁଝରଗଡ଼ ସରସ୍ଵତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ଖୁବଶୀଘ୍ର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ: ମୁଖ୍ୟମନ୍ତ୍ରୀ - CM MALKANGIRI VISITS

ଏହା ମଧ୍ୟ ପଢନ୍ତୁ-୯ ଜିଲ୍ଲାରେ ସଂଗ୍ରହ ହେଲାଣି ୧,୮୧,୧୯୬ ମେଟ୍ରିକ ଟନ ଧାନ, ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର - ODISHA PADDY PROCUREMENT

  • ଆସନ୍ତାକାଲିର କାର୍ଯ୍ୟକ୍ରମ:

ଆସନ୍ତାକାଲି (ବୁଧବାର) ଦିନ କେନ୍ଦୁଝର ପୁରୁଣା ସହର ନିକଟସ୍ଥ ସିଦ୍ଧମଠକୁ ଯାଇ ଠାକୁର କେଶବଙ୍କ ଆଶ୍ରମରେ ଏକ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ପରେ ମଧ୍ୟାହ୍ନ 12ଟା 25ରେ କେନ୍ଦୁଝର ଅଡିଟୋରୟମରେ ସ୍ୱେଚ୍ଛାସେବୀ ସଂସ୍ଥା ‘ଇଣ୍ଡିଆନ ବାୟ ବାର୍ଥ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସଂଧ୍ୟାରେ ଗୋନାସିକା-କେନ୍ଦୁଝର ମହୋତ୍ସବରେ ସାମିଲ ହେବେ ।

  • ଗସ୍ତର ତୃତୀୟ ଦିନର କାର୍ଯ୍ୟକ୍ରମ:

ଗୁରୁବାର ପୂର୍ବାହ୍ନ 11ଟାରେ ଚମ୍ପୁଆ ମହତାବ ହାଇସ୍କୁଲକୁ ଯାଇ ଏହାର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ଅପରାହ୍ନ 3ଟା 5ରେ ରାଇସୁଆଁ ଏୟାରଷ୍ଟ୍ରିପକୁ ଯାଇ ସେଠାରୁ ଭୁବନେଶ୍ଵର ଅଭିମଖେ ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖ୍ କେନ୍ଦୁଝର ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୋଟୋକଲ ଅନୁସାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.