ETV Bharat / international

ଜର୍ଜିଆରେ 11 ଭାରତୀୟଙ୍କ ମୃତ୍ୟୁ, ଜୀବନ ନେଲା ବିଷାକ୍ତ ଗ୍ୟାସ - INDIANS FOUND DEAD IN GEORGIA

ଜର୍ଜିଆର ଏକ ଭାରତୀୟ ରେସ୍ତୋରାଁରେ ବିଷାକ୍ତ ଗ୍ୟାସ ଲିକ ହେବାରୁ 11 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

11 Indians found dead in Georgia
11 Indians found dead in Georgia (ETV BHARAT ODISHA)
author img

By ETV Bharat Odisha Team

Published : Dec 17, 2024, 7:49 AM IST

ହାଇଦ୍ରାବାଦ: ଜର୍ଜିଆରେ ମାଉଣ୍ଟେନ ରିସର୍ଟ ଗୌଦାଉରୀର ଏକ ରେସ୍ତୋରାଁରେ ବିଷାକ୍ତ ଗ୍ୟାସ ଲିକ ହେବାରୁ 11 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏନେଇ ଜର୍ଜିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜର୍ଜିଆର ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି କୌଣସି ଆକ୍ରମଣ କିମ୍ବା ହିଂସା ଯୋଗୁ ମୃତ୍ୟୁ ହୋଇନାହିଁ । କାର୍ବନ ମନୋକ୍ସାଇଡ୍ ଯୋଗୁ 11 ଭାରତୀୟଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ରାଜଧାନୀ ଟବଲିସିରେ ଥିବା ଭାରତୀ ଦୂତାବାସ କହିଛି, ''ଗୌଦାଉରୀର ଏଗାର ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖିତ । ମୃତକଙ୍କ ପରିବାର ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ, ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତି ବଦ୍ଧ। ମୃତଦେହକୁ ତୁରନ୍ତ ସ୍ବଦେଶ ଫେରାଇବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ''

ଏହା ମଧ୍ୟ ପଢନ୍ତୁ-ସିରିଆ ଗୃହଯୁଦ୍ଧ: ଉଦ୍ଧାର ହୋଇ ସ୍ବଦେଶ ଫେରୁଛନ୍ତି ୭୫ ଭାରତୀୟ - INDIAN EVACUATED FROM SYRIA

ଏହା ମଧ୍ଯ ପଢନ୍ତୁ-ଟ୍ରମ୍ପଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, କାଶ୍ ପଟେଲ FBI ନିର୍ଦ୍ଦେଶକ - KASH PATEL AS CHOICE TO LEAD FB

ଏହାପୂର୍ବରୁ ଭାରତୀୟ ଦୂତାବାସ କହିଥିଲା ଯେ, ଏକ ଭାରତୀୟ ରେସ୍ତୋରାଁ 'ହାଭେଲି'ରେ କାମ କରୁଥିବା 12 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଏହାପରେ ଜର୍ଜିଆର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ମୃତକଙ୍କ ମଧ୍ୟରେ 11 ଜଣ ଭାରତୀୟ ରହିଥିବା ବେଳେ ଜଣେ ମୃତକ ଜର୍ଜିଆର । ମୃତକ ମାନେ ଭାରତୀୟ ରେସ୍ତୋରାଁରେ କାମ କରୁଥିଲେ । ଶୋଇଥିବା ବେଳେ ବିଷାକ୍ତ ଗ୍ୟାସ ଲିକ ହେବାରୁ ମୃତ୍ୟୁ ହୋଇଛି ।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଶୁକ୍ରବାର ରାତିରେ ହୋଟେଲରେ ବିଦ୍ୟୁତ ଯୋଗାଣ ବନ୍ଦ ହେବା ପରେ ଶୋଇବା ଘର ନିକଟରେ ଥିବା ଜେନେରେଟର ଚାଲୁ କରାଯାଇଥିଲା । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏକ ଫୋରେନସିକ୍ ଡାକ୍ତରୀ ପରୀକ୍ଷା ମଧ୍ୟ ନିଯୁକ୍ତ କରାଯାଇଛି। ଫୋରେନସିକ୍ ଓ -କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ହୋଟେଲରେ ଥିବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.