ETV Bharat / bharat

‘ଡାହାଣୀ କଂଗ୍ରେସ, କ୍ଷମତାକୁ ଆସିଲେ କରିବ ଶିକାର’ - ମୋଦି

କଂଗ୍ରେସକୁ ଆକ୍ଷେପ କରି ମୋଦି କହିଛନ୍ତି ଯେ ବିଜେପି ଛଡା ଅନ୍ୟ କୌଣସି ଦଳକୁ ଭୋଟ୍‌ ଦେଲେ ଏହା ଅସୁବିଧାରେ ପକାଇବ। ଯଦି ଭୁଲରେ ବି କଂଗ୍ରେସକୁ ଭୋଟ୍‌ ଦେବ ତେବେ ଆପଣଙ୍କ ଅଙ୍ଗୁଳି ସଂନ୍ଧ୍ୟା ଯାଏଁ ଜଳିବ।

ଫାଇଲ ଫଟୋ
author img

By

Published : Apr 18, 2019, 2:46 PM IST

ସୁରେନ୍ଦ୍ରନଗର(ଗୁଜୁରାଟ): "ସାବଧାନ ଗୁଜୁରାଟବାସୀ। ଯଦି ଭୁଲରେ ବି କଂଗ୍ରେସକୁ ଭୋଟ୍‌ ଦିଅ ତେବେ ସମସ୍ୟାରେ ପଡିବ। କଂଗ୍ରେସ ଏକ ଡାହାଣୀ, କ୍ଷମତାକୁ ଆସିଲେ ସମସ୍ତଙ୍କ ଶିକାର କରିବ" ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୁଧବାର ଗୁଜୁରାଟର ସୁରେନ୍ଦ୍ରନଗରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ସେ ଏହା କହିଛନ୍ତି ।

କଂଗ୍ରେସ ଉପରେ ଆଟାକ୍‌ କରି ମୋଦି କହିଛନ୍ତି ଯେ ବିଜେପି ଛଡା ଅନ୍ୟ କୌଣସି ଦଳକୁ ଭୋଟ୍‌ ଦେଲେ ଏହା ଅସୁବିଧାରେ ପକାଇବ। ଯଦି ଭୁଲରେ ବି କଂଗ୍ରେସକୁ ଭୋଟ୍‌ ଦେବ ତେବେ ଆପଣଙ୍କ ଅଙ୍ଗୁଳି ସନ୍ଧ୍ୟା ଯାଏଁ ଜଳିବ। ସେମାନେ ସବୁକିଛି ଧ୍ବଂସ କରିଦେବେ ଏବଂ ସେମାନଙ୍କ ପ୍ରଥମ ଟାର୍ଗେଟ୍‌ ଗୁଜୁରାଟ ରହିବ ବୋଲି ମୋଦି କହିଛନ୍ତି ।

ଏହାସହ ମନମୋହନ ସରକାରକୁ ଟାର୍ଗେଟ୍‌ କରି ସେ କହିଛନ୍ତି ଯେ 2004ରୁ 2014 ପର୍ଯ୍ୟନ୍ତ ରିମୋଟ୍‌ କଣ୍ଟ୍ରୋଲ ସରକାର ଗୁଜୁରାଟ ପ୍ରତି ଅନେକ ଅନ୍ୟାୟ କରିଛି। ଏହାପ୍ରତି ଏପରି ବ୍ୟବହାର କରିଥିଲା ଯେପରି ଏହା ଭାରତର ଅଂଶ ନୁହେଁ । ମିଛ କେସରେ ଅମିତ ଶାହଙ୍କୁ ଜେଲ ପଠାଇଥିଲା । ଏପରି ମିଛୁଆ ସରକାର କଣ ପୁଣିଥରେ କ୍ଷମତା ହାସଲ କରିବା ଉଚିତ। ଆପଣମାନେ ସ୍ଥିର କରନ୍ତୁ ଆପଣଙ୍କ ସରକାର ବୋଲି ମୋଦି ଜନତାଙ୍କୁ ଆହ୍ବାନ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗତ ନିର୍ବାଚନରେ ବିଜେପି ଗୁଜୁରାଟରେ 26ଟି ଲୋକସଭା ଆସନ ଜିତିଥିଲା। ଏଥର ଏପ୍ରିଲ 23ରେ ରାଜ୍ୟରେ ମତଦାନ ହେଉଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.