ETV Bharat / bharat

ସଂସଦରେ ମନ୍ତ୍ରୀ ଓ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଖପ୍ପା ମୋଦି

ମନ୍ତ୍ରୀ ଓ ସାଂସଦଙ୍କ ଉପରେ ଖପ୍ପା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଯିଏ ସଂସଦର ରୋଷ୍ଟର ଅନୁସାରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଲେ । ସଂସଦୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୋଦି ।

author img

By

Published : Jul 16, 2019, 10:14 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦ ଓ ମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦଙ୍କ ତାଲିକା ମାଗିଛନ୍ତି ସେ । ମଙ୍ଗଳବାର ଭାରତୀୟ ଜନତା ପାର୍ଟିର ଆୟୋଜିତ ସଂସଦୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ରୋଷ୍ଟର ଅନୁସାରେ ସବୁ ମନ୍ତ୍ରୀଙ୍କୁ ଉଭୟ ରାଜ୍ୟସଭା ଓ ଲୋକସଭାରେ ଉପସ୍ଥିତ ରହିବାକୁ କୁହାଯାଇଛି । ତଥାପି ଅନେକ ସମୟରେ କୌଣସି ବିତର୍କ କିମ୍ବା ବିରୋଧୀଙ୍କ ପ୍ରଶ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ତେଣୁ ଅନୁପସ୍ଥିତ ଥିବା ମନ୍ତ୍ରୀଙ୍କ ତାଲିକା ମୋତେ ଦରକାର । ମୁଁ ଜାଣିଛି ସେମାନଙ୍କୁ କିଭଳି ଠିକ କରାଯିବ ।

ମୋଦି କହିଛନ୍ତି, ସାଂସଦ ସେମାନଙ୍କ ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରିବା ଦରକାର। ଏବେ ବ୍ୟାପୁଥିବା ବିଭିନ୍ନ ରୋଗର ନିରାକରଣ ପାଇଁ ଅଧିକ ଧ୍ୟାନ ଦିଅନ୍ତୁ । ଏଥର ଲୋକସଭାକୁ ଅନେକ ସାଂସଦ ନୂଆ କରି ଆସିଛନ୍ତି । ତେଣୁ ସଂସଦ କାର୍ଯ୍ୟରେ ସମସ୍ତେ ଭାଗ ନେବା ଉଚିତ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.