ସିମଳା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲେ ଭୂମିକମ୍ପର ତୀବ୍ରତା 3.2 ଥିଲା । ଚମ୍ବା ଜିଲ୍ଲାରେ ଭୂମି ଠାରୁ ପାଞ୍ଚ କିଲୋମିଟର ତଳେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି।
ଭୂକମ୍ପ ଝଟକା ସଂଧ୍ୟା 7.38 ମିନିଟରେ ଅନୁଭୂତ ହୋଇଥିଲା । ଫଳରେ ଲୋକେ ଚିତ୍କାର କରି ଘରୁ ବାହରକୁ ଦୌଡି ପଳାଇ ଆସୁଥିଲେ ।
ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଚମ୍ବା ଅଞ୍ଚଳରେ ପୂର୍ବରୁ ଅନେକ ଥର ଭୂକମ୍ପ ଝଟକା ଅନୁଭୂତ ହେଉଥିବ ସିମଲା ପାଣିପାଗ ବିଭାଗ ନିର୍ଦ୍ଦେଶକ ଡା. ମନମୋହନ ସିଂହ ସୂଚନା ଦେଇଛନ୍ତି।