ETV Bharat / bharat

ଅଯୋଧ୍ୟା ରାମ ମନ୍ଦିର ପରିସରରେ ମୋବାଇଲ ମନା - ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ

ରାମ ଜନ୍ମଭୂମି ଅଯୋଧ୍ୟାରେ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ । ରବିବାର ଦିନ ଜିଲ୍ଲା ପ୍ରଶାସନ ଶ୍ରୀ ରାମ ତିର୍ଥ କ୍ଷେତ ଟ୍ରଷ୍ଟର ସଦସ୍ୟଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

Mobile phones banned in Ram temple area in Ayodhya
ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ୍ ଫୋନ ନିଷିଦ୍ଧ
author img

By

Published : May 11, 2020, 1:09 PM IST

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟାରେ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ । ରବିବାର ଦିନ ଜିଲ୍ଲା ପ୍ରଶାସନ ଶ୍ରୀ ରାମ ତିର୍ଥ କ୍ଷେତ ଟ୍ରଷ୍ଟର ସଦସ୍ୟଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ, ରାମ ଲାଲା ମୂର୍ତ୍ତିକୁ ଅସ୍ଥାୟୀ ମନ୍ଦିରରୁ ନୂତନ ସଂରଚନାକୁ ସ୍ଥାନାନ୍ତରିତ ହେବା ସମୟରେ ପୁରୋହିତ ଏବଂ ଶ୍ରମିକମାନଙ୍କୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ଦିଆଯାଇଥିଲା। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଜିଲ୍ଲା ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମୋବାଇଲ୍ ଫୋନ୍ ଅନୁମତି ଦିଆଯିବ।

ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରଷ୍ଟ ସଚିବ ଚମ୍ପଟ ରାୟ କହିଛନ୍ତି । ଭକ୍ତମାନେ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳର ଫଟୋ ଉଠାଇବା ମନ୍ଦିର ପ୍ରତି ଏକ ବଡ଼ ବିପଦ । ସେଥିପାଇଁ ରାମ ଜନ୍ମଭୂମି ଅଞ୍ଚଳରେ ମୋବାଇଲ୍ ଫୋନ୍, କ୍ୟାମେରା, ଘଣ୍ଟା, ବେଲ୍ଟ ଏବଂ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ନିଷେଧ କରାଯାଇଛି ।

ଏହି ସମୟରେ ରାମ ଲାଲା ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମୋବାଇଲ୍ ଫୋନ୍ ଉପରେ ନିଷେଧାଦେଶକୁ ସ୍ୱାଗତ କରିଛନ୍ତି। ରାମ ମନ୍ଦିର କ୍ଷେତ୍ର ଏକ ଉଚ୍ଚ ସୁରକ୍ଷା କ୍ଷେତ୍ର ଏବଂ ସୁରକ୍ଷାକୁ ମଜବୁତ କରିବା ପାଇଁ ଯେ କୌଣସି ପଦକ୍ଷେପ ସ୍ୱାଗତଯୋଗ୍ୟ। ଏପରିକି ମୁଁ ମଧ୍ୟ ମୋ ମୋବାଇଲ୍ ଫୋନ୍ ମନ୍ଦିର ପରିସରକୁ ଆଣେ ନାହିଁ ବୋଲି ପୁରୋହିତ କହିଛନ୍ତି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.