ETV Bharat / bharat

ଉତ୍ତରପୂର୍ବ ଅଶାନ୍ତ; ସ୍ଥିତି ନିୟନ୍ତ୍ରଣ ପାଇଁ 24ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ, ସେନା ମୁତୟନ

author img

By

Published : Dec 11, 2019, 6:32 PM IST

ନାଗରିକତା ସଂଶୋଧନ ବିଧେୟକ ବିରୋଧ କରି ଆସାମରେ ବ୍ୟାପକ ହିଂସାକାଣ୍ଡ ଲାଗିରହିଛି । ପ୍ରଦର୍ଶନକାରୀମାନେ ବିଲ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଉତ୍ତର ପୂର୍ବ ଭାରତରେ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଟ୍ରେନସେବା ବି ବାତିଲ । ସ୍ଥିତି ନିୟନ୍ତ୍ରଣ କରିବାକୁ ସେନା ମୁତୟନ ।

PHOTO
ମୋବାଇଲ ଫୋନ ବନ୍ଦ

ଗୌହାଟୀ: ସୋମବାର ଲୋକସଭାରେ ପାରିତ ହୋଇଯାଇଛି ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ (ସିଏବି) ବିଲ । ବୁଧବାର ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ବିଲକୁ ଆଗତ କରିବା ପରେ ଜାରି ରହିଛି ଜୋରଦାର ବିତର୍କ । ଯେହେତୁ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନାହିଁ ସେହି ଦୃଷ୍ଟିରୁ ବିରୋଧୀ ବିଲକୁ ଅଟକାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଅନ୍ୟପଟେ ସଡକରୁ ସଂସଦ ପର୍ଯ୍ୟନ୍ତ ବିଲ ବିରୋଧରେ ଜାରି ରହିଛି ପ୍ରତିବାଦ ଓ ବିକ୍ଷୋଭ । ବିଶେଷ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବିଲ ବିରୋଧରେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଆସି ଜଳା ପୋଡା କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି । ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସରକାର ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଇ ଆସମାରେ ବହୁ କଟକଣା ଲଗାଇଛନ୍ତି ।

ଆସାମର ଲକ୍ଷ୍ମୀପୁର, ତିନସୁକିଆ, ଢେମାଜୀ, ଦୀବ୍ରୁଗଡ, ଚରାଇଦେଓ, ଶିବ ସାଗର, ଯୋରହାଟ, ଗୋଲାଘାଟ କାମରୁପ ଜିଲ୍ଲାରେ 24 ଘଣ୍ଟା ପାଇଁ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି କଟକଣା ବୁଧବାର ସଂଧ୍ୟା 7ଟାରୁ ଗୁରୁବାର ସଂଧ୍ୟା 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଅନ୍ୟପଟେ ଆସାମର କିଛି ଅଞ୍ଚଳରେ 12ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ ହୋଇଥିବା ବେଳେ 10ଟି ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇ ସାମାନ୍ୟ ବାତିଲ କରାଯାଇଛି । ଏହାସହ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କାଶ୍ମୀରରେ ମୁତୟନ ଥିବା ସେନାର କିଛି ୟୁନିଟକୁ ଯୁଦ୍ଧକାଳୀନ ଭିତ୍ତିରେ ଆସାମ, ମଣିପୁର, ମେଘାଳୟ କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ହୋଇଥିବା ୟୁନିଟକୁ ତୁରନ୍ତ ପୋଜିସନ ନେବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.