ETV Bharat / bharat

ଝାଡଖଣ୍ଡରେ ପୋଲିସକୁ ଆକ୍ରମଣ, 5 ଗିରଫ

author img

By

Published : Apr 25, 2020, 1:06 PM IST

ଝାଡଖଣ୍ଡରେ ଏକ ଧାର୍ମିକ ସ୍ଥଳୀରେ କିଛିଲୋକ ଏକତ୍ରିତ ହୋଇଥିଲେ । ପୋଲିସ ଭିଡ ହଟାଇବାକୁ ଯାଇଥିବାବେଳେ ପୋଲିସକୁ ଆକ୍ରମଣ କରିଛନ୍ତି ଲୋକେ । ଫଳରେ 3 ଜଣ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି ।

ଝାଡଖଣ୍ଡରେ ପୋଲିସକୁ ଆକ୍ରମଣ
ଝାଡଖଣ୍ଡରେ ପୋଲିସକୁ ଆକ୍ରମଣ

ରାଞ୍ଚି: ସରକାରଙ୍କ ତାଗିଦ ପରେ ବି ପୋଲିସ କର୍ମୀଙ୍କୁ ଦୂର୍ବବ୍ୟବାହର କରୁଛନ୍ତି ଲୋକେ । କେଉଁଠି ପୋଲିସ କର୍ମୀଙ୍କ ହାତ କାଟୁଚନ୍ତି ତ କେଉଁଠି ଢେଲା ପଥର ମାଡ କରୁଛନ୍ତି । ପୁଣି ଏମିତି ଏକ ଘଟଣା ସାମନାକୁ ଆସିଛି । ଝାଡଖଣ୍ଡରେ ଯେଉଁଠି ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଲୋକେ । ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କହିବାକୁ ଯାଇ ପୋଲିସକୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ତେବେ ଏହି ମାମଲାରେ 5 ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାନୁଯାୟୀ, ପୋଲିସ ପେଟ୍ରୋଲିଂ ସମୟରେ ଦେଖିବାକୁ ପାଇଥିଲା ଯେ, ମାହାମାଗା ବ୍ଲକର ଏକ ଧାର୍ମିକ ସ୍ଥଳୀରେ କିଛି ଲୋକ ଏକତ୍ରିତ ହୋଇଥିଲେ । ଯେଉଁଠାରେ ସାମାଜିକ ଦୂରତା ଟିକିଏ ହେଲେ ବି ଦେଖିବାକୁ ମିଳିନଥିଲା । ପୋଲିସ ଲୋକଙ୍କ ନିକଟରେ ପହଞ୍ଚିବା ମାତ୍ରେ ଲୋକମାନେ ପୋଲିସ କର୍ମୀଙ୍କୁ ପଥର ଫୋପାଡିବା ଆରମ୍ଭ କରିଥିଲେ । ଏଥିରେ 3 ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.