ETV Bharat / bharat

ଲିପୁଲେଖ ରାସ୍ତା ବିବାଦ: ନେପାଳ ଆଉ କାହା ନିର୍ଦ୍ଦେଶରେ ଆପତ୍ତି କରୁଛି କହିଲେ ନରୱଣେ - ଲିପୁଲେଖ ରାସ୍ତା ବିବାଦ

କୈଳାଶ ମାନସରୋବର ଯାତ୍ରା ପାଇଁ ଉତ୍ତରାଖଣ୍ଡରେ ନିର୍ମାଣ କରାଯାଇଥିବା ରାସ୍ତାକୁ ନେଇ ବିବାଦ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ସ୍ଥଳସେନା ମୁଖ୍ୟ ଏମଏମ ନରୱଣେ ପ୍ରତିକ୍ରିୟା ରଖିଛନ୍ତି ।

MM Narwane
ଲିପୁଲେଖ ରାସ୍ତା ବିବାଦ
author img

By

Published : May 16, 2020, 5:40 PM IST

ନୂଆଦିଲ୍ଲୀ: କୈଳାଶ ମାନସରୋବର ଯାତ୍ରା ପାଇଁ ଉତ୍ତରାଖଣ୍ଡରେ ନିର୍ମାଣ କରାଯାଇଥିବା ରାସ୍ତାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥଳସେନା ମୁଖ୍ୟ ଏମଏମ ନରୱଣେ ପ୍ରତିକ୍ରିୟା ରଖିଛନ୍ତି । ନେପାଳ ଅନ୍ୟ କାହା ନିର୍ଦ୍ଦେଶରେ ଆପତ୍ତି ପ୍ରକାଶ କରୁଛି ବୋଲି ସେ କହିଛନ୍ତି ।

ଶୁକ୍ରବାର ଦିଲ୍ଲୀରେ ଡିଫେନ୍ସ ଥିଙ୍କଟ୍ୟାଙ୍କ ‘ମନୋହର ପାରିକର ଆଇଡିଏସଏ’ ଦ୍ବାରା ଆୟୋଜିତ ଏକ ୱେବିନାରରେ ଜେନେରାଲ ନରୱଣେ ଚୀନର ନାଁ ନନେଇ ଲିପୁଲେଖ ରାସ୍ତାରେ ନେପାଳ ଆପତ୍ତି ଉଠାଉଛି ବୋଲି କହିଛନ୍ତି। କାରଣ ପିଥୋରାଗଡର ଧାରଚୁଲାଠାରୁ ଲିପୁଲେଖ ପର୍ଯ୍ୟନ୍ତ ନିକଟରେ ବର୍ଡର ରୋଡ୍ ଅର୍ଗନାଇଜେସନ ରାସ୍ତା ନିର୍ମାଣ କରିଛି । ଜେନେରାଲ ନରୱଣେଙ୍କ ଅନୁଯାୟୀ, କାଲୀ ନଦୀର ପଶ୍ଚିମ ଅଞ୍ଚଳକୁ ନେଇ ଏହି ବିବାଦ ଲାଗି ରହିଛି। ଅବସରପ୍ରାପ୍ତ ଉପ-ଆଡମିରାଲଙ୍କ ପ୍ରଶ୍ନରେ ସେନା ମୁଖ୍ୟ ଏହି ବିବୃତ୍ତି ଦେଇଛନ୍ତି।

କାଲାପାନି ନାମକ ଏହି ଅଞ୍ଚଳରେ ଭାରତ ଓ ନେପାଳ ମଧ୍ୟରେ ଏକ ପୁରୁଣା ବିବାଦ ରହିଛି, ଯାହା ଉପରେ ଉଭୟ ଦେଶରେ କୂଟନୈତିକ ସ୍ତରୀୟ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ନିକଟରେ ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସିଂ ଜରିଆରେ ଏହି ନୂତନ ରାସ୍ତାକୁ ଉଦଘାଟନ କରିଥିଲେ, ନେପାଳ ଏହାକୁ ବିରୋଧ କରିଥିଲା। ପରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଥିଲା ।

ଉତ୍ତରାଖଣ୍ଡର ଏହି ରାସ୍ତା ପ୍ରାୟ 17 ହଜାର ଫୁଟ ଉଚ୍ଚରେ ନିର୍ମିତ ହୋଇଛି । ଏହି ଭାରତ-ଚୀନ ଓ ନେପାଳର ଟ୍ରାଇଜଙ୍କସନ୍ ଦେଇ ଲିପୁଲେଖ ପର୍ଯ୍ୟନ୍ତ ଯାଇଛି । ଲିପୁଲେଖ ଆଗକୁ ତିବ୍ଦତର ଅଞ୍ଚଳ ରହିଛି । ଭାରତ ଓ ନେପାଳରେ ଏହି ତ୍ରିକୋଣଭୂମିର କାଲାପାନି କ୍ଷେତ୍ରକୁ ନେଇ ବିବାଦ ଲାଗି ରହିଛି। ଏହି କାରଣରୁ ଭାରତ ପାଇଁ ଏହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରିବାର ବହୁତ ଆବଶ୍ୟକତା ଥିଲା, ଯାହା ଦ୍ବାରା ଆବଶ୍ୟକ ସମୟରେ ଯବାନଙ୍କ ଗତିବିଧି ଶୀଘ୍ର ହୋଇପାରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.