ETV Bharat / bharat

ଉତ୍ତରପ୍ରଦେଶ ବିଧାନସଭାରୁ ବିଦା ହେଲେ କୁଲଦୀପ ସେଙ୍ଗର - mla Kuldeep Singh Sengar

ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

Kuldeep Singh
ଉତ୍ତରପ୍ରଦେଶ ବିଧାନସଭା ସଦସ୍ଯତାରୁ ଆଯୋଗ୍ୟ ଘୋଷଣା ହେଲେ କୁଲଦୀପ ସିଂ
author img

By

Published : Feb 25, 2020, 1:04 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ଆସନରୁ ବିଦା ହେଲେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗାର । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଲଦୀପ ସେଙ୍ଗାରଙ୍କୁ ବିଧାନସଭାରେ ଅଯୋଗ୍ୟ ପ୍ରମାଣିତ କରାଯାଇଛି । ଉତ୍ତରପ୍ରଦେଶ ବିଧାନସଭା ଏକ ସୂଚନା ଜାରି କରି କୁଲଦୀପଙ୍କୁ 20 ଡିସେମ୍ବର 2019ରୁ ଅଯୋଗ୍ୟା ପ୍ରାର୍ଥୀ ଭାବେ ବିବେଚନା କରାଗଲାଣି । ଉନ୍ନାଓ ଜିଲ୍ଲାର ବାଙ୍ଗରମଉ ଆସନ ମଧ୍ୟ ଖାଲିରହିଛି ।

ପ୍ରକାଶଥାଉକି, 4 ଥର ବିଧାୟକ ହୋଇଥିବା କୁଲଦୀପ ସେଙ୍ଗାର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହାପରେ ନାବାଳିକା ଜଣକ ପୋଲିସ ପାଖେ ଅଭିଯୋଗ ନେଇ ଯିବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଶେଷରେ 2017ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସେଙ୍ଗରଙ୍କ ମାମଲା ସିବିଆଇକୁ ଦେଇଥିଲେ । ଏଥିରେ ସେଙ୍ଗର, ତାଙ୍କ ଭାଇ ଅତୁଲ୍ ଓ କିଛି ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା ।

2019ରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ନିଜ ପରିବାର ସହ କୋର୍ଟ ଆସୁଥିବା ସମୟରେ ଏକ ବଡ ସଡକ ଦୁର୍ଘଟଣାର ସାମ୍ନା କରିଥିଲେ । ଏଥିରେ ପରିବାରର 2ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ନାବାଳିକା ଓ ତାଙ୍କ ଓକିଲ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ସୁପ୍ରିମକୋର୍ଟରେ ଦୁଷ୍କର୍ମ ସମ୍ବନ୍ଧିତ ସମସ୍ତ ମାମଲାର ଶୁଣାଣି କରିବାକୁ ଦିଲ୍ଲୀ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଦିଲ୍ଲୀ କୋର୍ଟ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥଲେ ।

ସୌଜନ୍ୟ-IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.