ETV Bharat / bharat

କୁକୁଡା ପାଇଁ ହସ୍ପିଟାଲରେ କୁନି ପିଲା

ଗୋଟିଏ ହାତରେ ଟଙ୍କା ଓ ଅନ୍ୟ ହାତରେ କୁକୁଡା ଛୁଆ। ପାଖରେ ଯାହା ଟଙ୍କା ଅଛି କୁକୁଡା ଜୀବନ ବଞ୍ଚାଇବା ପାଇଁ ଶିଶୁର ଆକୁଳ ନିବେଦନ। ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି।

ଡିଜାଇନ ଫଟୋ
author img

By

Published : Apr 4, 2019, 10:12 AM IST

Updated : Apr 4, 2019, 3:10 PM IST

ନୂଆଦିଲ୍ଲୀ: ସ୍ବାର୍ଥପର ଦୁନିଆରେ ସମସ୍ତେ ନିଜ ନିଜ ସ୍ବାର୍ଥରେ ବ୍ୟସ୍ତ। ନିଜ ଛଡା ଆଉ କଥା ଭାବିବାକୁ କି ଶୁଣିବାକୁ ସମୟ ନାହିଁ। ହେଲେ ସମାଜରେ ଆଜି ବି ଅନେକ ଲୋକ ଅଛନ୍ତି ଯିଏନିଜ ପାଇଁ ନୁହେଁ ବରଂଅନ୍ୟମାନଙ୍କ ପାଇଁ ଚିନ୍ତା କରନ୍ତି । ଅନ୍ୟମାନଙ୍କ କଷ୍ଟରେ କଷ୍ଟ ଅନୁଭବ କରନ୍ତି । ଏଭଳି ଏକ ଶିଶୁ ହେଉଛି ମିଜୋରାମର ସାଇରଙ୍ଗ । ବୟସ ବହୁତ କମ୍‌। ଶିଶୁଟି ଏକ କୁକୁଡା ଛୁଆର ଜୀବନ ବଞ୍ଚାଇବା ପାଇଁ ଯାହା କରିଛି ତାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାର ଲାଗିଛି।

ସାଇରଙ୍ଗର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଫଟୋରେ ଦେଖାଯାଉଛି ସାଇରଙ୍ଗ ଗୋଟିଏ ହାତରେ ଏକ କୁକୁଡା ଛୁଆ ଓ ଅନ୍ୟ ହାତରେ କିଛି ଟଙ୍କା ଧରିଛି। ଏଇ ଫଟୋଟିକୁ ମିଜୋରାମର ଜଣେ ଯୁବକ ଫେସବୁକରେ ଅପଲୋଡ କରିଛନ୍ତି। ଆଉ ଫଟୋ କ୍ୟାପସନ୍‌ରେ ଲେଖିଛନ୍ତି, ‘ମିଜୋରାମର ଏକ ଶିଶୁ , ଯିଏକି ଭୁଲ ବଶତଃ ସାଇକେଲରେ ଏକ କୁକୁଡା ଛୁଆକୁ ଧକ୍କା ଦେଇଥିଲା । ଆଉ ତାପରେ କୁକୁଡାକୁ ଧରି ସ୍ଥାନୀୟ ମେଡିକାଲକୁ ଧାଇଁଥିଲା। ପାଖରେ ଥିବା ସମସ୍ତ ଟଙ୍କା ଦେଇ କୁକୁଡାର ଜୀବନ ବଞ୍ଚାଇ ଦେବାକୁ ସାହାଯ୍ୟ ମାଗିଥଲା । ମୁଁ ଏହା ଦେଖିହସିବା ସହ କାନ୍ଦିପକାଇଥିଲି ।’

ତେବେ ଯୁବକଙ୍କ ଏହି ପୋଷ୍ଟଟିକୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍‌ ଓ 76 ହଜାରରୁ ଊର୍ଦ୍ଧ୍ୱ ସେୟାର କରାଯାଇଛି। ନିଷ୍ପାପ ଶିଶୁର କୁକୁଡା ପାଇଁ ଚିନ୍ତାକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଆଉ କମେଣ୍ଟ ମଧ୍ୟ କରିଛନ୍ତି ।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
Last Updated : Apr 4, 2019, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.