ETV Bharat / bharat

ହଜି ଯାଇଛନ୍ତି ନିତିଶ କୁମାର! - ନିତିଶ କୁମାରଙ୍କ ନିଖୋଜ ପୋଷ୍ଟର

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ହଜି ଯାଇଥିବା ନେଇ ପାଟନାରେ ଲାଗିଛି ପୋଷ୍ଟର । ଖାଲି ନିଖୋଜ ନୁହେଁ ବରଂ ଅନ୍ଧ, ମୁକ ଓ ବଧିର ଆଦି ମଧ୍ୟ ଏହି ପୋଷ୍ଟରଗୁଡିକରେ ଲେଖାଯାଇଛି । ପୋଷ୍ଟରର ପଛରେ ନାଗରିକତା ଆଇନକୁ ନେଇ ନିତିଶଙ୍କ ମୌନତା ରହିଛି ।

Patna
ହଜି ଯାଇଛନ୍ତି ନିତିଶ କୁମାର!
author img

By

Published : Dec 17, 2019, 12:17 PM IST

ପାଟନା: ହଜି ଯାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ନାଗରିକତା ସଂଶୋଧନ ବିଲ୍‌ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେବା ପରଠୁ ମୁଖ୍ୟମନ୍ତ୍ରୀ ନିତିଶ କୁଆଡେ ହଜିଯାଇଛନ୍ତି । ଏହା ଆମେ କହୁନୁ । ପାଟନାରେ ଲାଗିଥିବା ପୋଷ୍ଟର କହୁଛି ।

ନାଗରିକାତ ସଂଶୋଧନ ଆଇନକୁ ନେଇ ଦେଶର ଭିନ୍ନ ଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ହେଉଛି । ଏପରି ସ୍ଥିତିରେ ବିହାରର ରାଜଧାନୀ ପାଟନାରୁ ଆଶ୍ଚର୍ଯ୍ୟ କରିବା ଭଳି ପୋଷ୍ଟର ସାମ୍ନାକୁ ଆସିଛି । ପାଟନା ସହରରେ ଲାଗିଥିବା ହୋଡିଂ ଓ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ହଜି ଯାଇଥିବା ଦର୍ଶାଯିବା ସହ ଅନ୍ଧ, ମୁକ ଓ ବଧିର ଆଦି ଏହି ପୋଷ୍ଟରଗୁଡିକରେ ଲେଖାଯାଇଛି । ଏହାସହ ପୋଷ୍ଟରରେ ନିତିଶ କୁମାରଙ୍କ ଫଟୋ ଓ ସବୁଠୁ ତଳେ ନିଖୋଜ, ନିଖୋଜ, ନିଖୋଜ ଲେଖା ହୋଇଛି । ଅନ୍ୟଏକ ପୋଷ୍ଟରରେ ଲେଖା ହୋଇଛି ଅଦୃଶ୍ୟ ମୁଖ୍ୟମନ୍ତ୍ରୀ- ଯିଏ 5 ବର୍ଷରେ କେବଳ ଶପଥଗ୍ରହଣର ଗୋଟିଏ ଦିନ ନଜର ଆସନ୍ତି ।

ପାଟନା ସହରରେ ଲାଗିଥିବା ଏହି ପୋଷ୍ଟରର ପଛରେ ନାଗରିକତା ଆଇନକୁ ନେଇ ନିତିଶଙ୍କ ମୌନତା ରହିଛି । ପୋଷ୍ଟରର ଉପରେ ସଫା ସଫା ଲେଖାଯାଇଛି- #CAB_ NRC ଉପରେ ମୌନ । ପାଟନାରେ ଲାଗିଥିବା ଏହି ପୋଷ୍ଟରକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.